26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶବାଲାଜୀଙ୍କ ଜାମିନ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ବାଲାଜୀଙ୍କ ଜାମିନ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ : ଡିଏମ୍‌କେ ନେତା ତଥା ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି । ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଳିତବର୍ଷ ଜୁନ୍ ୧୩ରେ ବାଲାଜୀଙ୍କୁ ଗିରଫ କରାଯାଇଥିଲା । ମାଡ୍ରାସ ହାଇକୋର୍ଟ ଗତ ଅକ୍ଟୋବରରେ ତାଙ୍କର ଜାମିନ ଆବେଦନକୁ ଖାରଜ କରିବାପରେ ବାଲାଜୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସୁପ୍ରିମକୋର୍ଟରେ ଜାମିନ ପାଇଁ ପିଟିସନ ଦାଏର କରିଥିଲେ ।

ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଏସ.ସି.ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହାର ଶୁଣାଣି କରିଛନ୍ତି । ବାଲାଜୀଙ୍କ ଡାକ୍ତରୀ ରିପୋର୍ଟ ଆଦୌ ଉଦ୍‌ବେଗଜନକ ନଥିବାରୁ ଜାମିନ ପ୍ରଦାନ ଅସମ୍ଭବ ବୋଲି ଖଣ୍ଡପୀଠ କହିଛନ୍ତି । ସୂଚନାଯୋଗ୍ୟ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ତାମିଲନାଡୁ ପରିବହନ ମନ୍ତ୍ରୀ ଥିବାବେଳେ ବାଲାଜୀ ନିଯୁକ୍ତି ସଂକ୍ରାନ୍ତ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking