20.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶନାଡା ନିଷ୍ପତ୍ତିକୁ ହାଇକୋର୍ଟରେ ବଜରଙ୍ଗର ଚ୍ୟାଲେଞ୍ଜ୍

ନାଡା ନିଷ୍ପତ୍ତିକୁ ହାଇକୋର୍ଟରେ ବଜରଙ୍ଗର ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: ଆଲ୍‌ବାନିଆରେ ଆଗାମୀ ମାସ (ଅକ୍ଟୋବର)ରେ ହେବାକୁ ଥିବା ସିନିୟର୍ ବିଶ୍ୱ କୁସ୍ତି ଚାମ୍ପିଅନ୍‌ଶିପ୍ ପୂର୍ବରୁ ପହେଲମାନ ବଜରଙ୍ଗ ପୁନିଆ ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରିଛନ୍ତି। ତାଙ୍କ ନିଲମ୍ବନ ଉପରେ ରୋକ୍ ଲଗାଇବା ବଜରଙ୍ଗ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଜୁନ୍ ୨୧ରେ ନାଡା ବଜରଙ୍ଗ ପୁନିଆଙ୍କୁ ଦ୍ୱିତୀୟ ଥର ପାଇଁ ନିଲମ୍ବିତ କରିଥିଲା। ଏଜେନ୍ସି ତାଙ୍କ ବିରୋଧରେ ଔପଚାରିକ ନୋଟିସ୍ ଅଫ୍ ଚାର୍ଜ ଜାରୀ କରିଥିଲା, ଯାହା ଫଳରେ ସେ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତାରେ ଭାଗ ନେବାକୁ ଅଯୋଗ୍ୟ ହୋଇଥିଲେ। ଏବେ ବଜରଙ୍ଗ ଦାବି କରିଛନ୍ତି ଯେ ଏଜେନ୍ସିର ଏହି ଆଚରଣ କୌଣସି ପେସା ଆପଣାଇବା ଏବଂ ଆଜୀବିକା ଆୟ କରିବାର ତାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି। ସେ କହିଛନ୍ତି, ଯଦି ଏହି ମନୋମୁଖୀ ନିଲମ୍ବନ ହଟାନଯାଏ, ତେବେ ସେ ବାଧ୍ୟହୋଇ କୁସ୍ତିରୁ ଅବସର ଗ୍ରହଣ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking