28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶକର୍ମଚାରୀଙ୍କ ଦରମା ଦେବା ପାଇଁ ଘର ବନ୍ଧା ପକାଇଲେ ବାଇଜୁ ପ୍ରତିଷ୍ଠାତା

କର୍ମଚାରୀଙ୍କ ଦରମା ଦେବା ପାଇଁ ଘର ବନ୍ଧା ପକାଇଲେ ବାଇଜୁ ପ୍ରତିଷ୍ଠାତା

ମୁମ୍ବାଇ: ଆର୍ôଥକ ସଙ୍କଟ ମଧ୍ୟରେ ଥିବା ଭାରତୀୟ ଏଡୁଟେକ୍ ବାଇଜୁ ପ୍ରତିଷ୍ଠାତା ବାଇଜୁ ରାଭେନ୍ଦ୍ରନ୍ ବଡ଼ ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କ ଦରମା ଦେବା ପାଇଁ ବାଇଜୁ ନିଜର ଘର ତଥା ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା ଘରକୁ ବନ୍ଧା ଦେଇ ଟଙ୍କା ଯୋଗାଡ଼ କରିଛନ୍ତି । ବେଙ୍ଗାଲୁରୁରେ ରାଭେନ୍ଦ୍ରନଙ୍କ ପରିବାରର ଦୁଇଟି ଘର ଏବଂ ଏପସିଲନରେ ଥିବା ତାଙ୍କ ନିର୍ମାଣାଧୀନ ଭିଲ୍ଲାକୁ ୧୨ ମିଲିୟନ୍ ଡଲାର୍ ଋଣ ନେବା ପାଇଁ ବନ୍ଧକ ଭାବରେ ଦିଆଯାଇଥିବା ଲୋକମାନେ କହିଛନ୍ତି ।

ସୋମବାର ଅର୍ଥାତ ୪ ଡିସେମ୍ବରରେ କମ୍ପାନୀ ଏହାର ୧୫,୦୦୦ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଏହି ଟଙ୍କା ବ୍ୟବହାର କରିଛି ବୋଲି ସେମାନେ କହିଛନ୍ତି । ତେବେ ଏହି ଖବର ଉପର ରାଭେନ୍ଦ୍ରନ କିମ୍ବା ତାଙ୍କ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । କମ୍ପାନୀକୁ ବଞ୍ଚାଇ ରଖିବା ଏବଂ ଆର୍ôଥକ ଚାପକୁ କମାଇବା ପାଇଁ ରାଭେନ୍ଦ୍ରନ ତାଙ୍କର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ଗୋଟିଏ ସମୟରେ ଭାରତର ବହୁମୂଲ୍ୟ ଷ୍ଟାର୍ଟଅପ୍ ଥିବା ଏହି ସଂସ୍ଥା ଆମେରିକାରେ ଥିବା ପିଲାମାନଙ୍କର ଡିଜିଟାଲ୍ ଷ୍ଟଡି ପ୍ଲାଟଫର୍ମକୁ ପ୍ରାୟ ୪୦୦ ମିଲିୟନ୍ ଡଲାରରେ ବିକ୍ରି କରିବା ପ୍ରକ୍ରିୟାରେ ଅଛି । ଏହା ବ୍ୟତୀତ କଂପାନୀ ୧.୨ ବିଲିୟନ ଡଲାରର ଋଣ ଉପରେ ବାକି ଥିବା ସୁଧ ପାଇଁ ଏହାର ଋଣଦାତାଙ୍କ ସହ ଏକ ଆଇନଗତ ଲଢେଇ ମଧ୍ୟ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking