ବଲାଙ୍ଗୀର: ସାପ କାମୁଡାରେ ଶିଶୁ କନ୍ୟାର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଖାନାର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ବଙ୍ଗୋମୁଣ୍ଡା ବ୍ଳକ ଗଞ୍ଜାବାହାଲ ଗ୍ରାମରେ । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ଆଠଟା ବେଳେ ଡୋଲାମଣି ସଗରିଆଙ୍କ ତିନି ବର୍ଷର ଝିଅ ରୂପା ଘର ଭିତରେ ଏକା ଏକା ଖେଲୁଥିଲା । ଏହି ସମୟରେ ସେ ଖେଳୁଥିବା ବେଳେ ଘରର କବାଟ କଣରେ ଏକ ଛୋଟ ସାପକୁ ଦେଖିଥିଲା । ତେବେ ଏହାକୁ ଖେଲଣା ଭାବି ସାପକୁ ହାତରେ ଧରିବାକୁ ଚେଷ୍ଟା କରୁଥିବା ବେଳେ ସାପ ଟି କୁନି ଝିଅଟିକୁ କାମୁ଼ଡ଼ି ଦେଇଥିଲା ।
ଏହାପରେ ପରିବାର ଲୋକେ ଜାଣିବା ପରେ ଛୋଟ ଝିଅକୁ ଖଡିଆଲ ହସପିଟାଲ ଏବଂ ପରେ କଣ୍ଟାବାଜିଂ ହସପିଟାଲକୁ ନେଇଯାଇଥିଲେ । ତେବେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଝିଅକୁ ବଲାଙ୍ଗିର ସ୍ଥାନାନ୍ତର କରିଥିଲେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କୁନି ଝିଅର ସୋମବାର ସକାଳେ ମୃତ୍ୟୁ ହୋଇଛି । ଏକମାତ୍ର ଝିଅକୁ ଅସମୟରେ ହରାଇଥିବା ଡୋଲାମଣିଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।