17.1 C
Bhubaneswar
Wednesday, February 4, 2026
Homeଓଡିଶାହାତୀ ଛୁଆର ମୃତଦେହ ଠାବ

ହାତୀ ଛୁଆର ମୃତଦେହ ଠାବ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କସଡା ଗାଁ ନିକସ୍ଥ ଚାଷ ବିଲରେ ଶୁକ୍ରବାର ଏକ ମାଈ ହାତୀ ଛୁଆର ମୃତଦେହ ଠାବ କରାଯାଇଛି। ମୃତ ହାତୀ ଛୁଆର ବୟସ ୮ ରୁ ୧୦ ବର୍ଷ ହେବ। ତେବେ ମୃତ୍ୟୁର କାରଣ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ବନବିଭାଗ କହିଛି। ଶୁକ୍ରବାର ଅପରାହ୍ଣରେ କସଡା ଗାଁ ଚାଷ ବିଲରେ ଏକ ମାଈ ହାତୀ ଛୁଆ ମରି ପଡ଼ିଥିବା ଖବର ପାଇ ଭୂୟାଁ ଜୁଆଙ୍ଗ ପୀଢ ଏସିଏଫ୍ ଡ଼ ସୁଦୀପ୍ତ ପଣ୍ଡା, ରେଞ୍ଜର ନୟନକାନ୍ତ ସାହୁ, ଶୁଆକାଟୀ ବିଟ୍ ଫରେଷ୍ଟର ଜ୍ୟୋତିର୍ମୟ ପଟ୍ଟନାୟକ, ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତ ମହାନ୍ତ ଏବଂ ହାତୀ ସ୍କ୍ୱାଡ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିଲେ। ଆସନ୍ତାକାଲି ହାତୀ ଛୁଆଟିର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି । ସେ ଅଞ୍ଚଳରେ ବୁଲାବୁଲି କରୁଥିବା ୪୦ଟି ହାତୀ ମଧ୍ୟରୁ ଗୋଟିଏ ଦଳରେ ଥିବା ହାତୀ ମଧ୍ୟରୁ ଉକ୍ତ ଛୋଟ ମାଈ ହାତୀର ମୃତ୍ୟୁ ହୋଇଛି ବୋଲି ବନ ବିଭାଗ ଅନୁମାନ କରୁଛି। ହାତୀ ଦଳ ନିକଟସ୍ଥ ଲୁଣଘର ଜଙ୍ଗଲ ଅଞ୍ଚଳରେ ରହି ଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking