ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବାବୁସାନ ମହାନ୍ତି। ଚେନ୍ନାଇରୁ ବିମାନ ଯୋଗେ ଆସି ଆଜି ସକାଳେ ବାବୁସାନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଜଗନ୍ନାଥବିହାର ସ୍ଥିତ ଘରକୁ ଯାଇଛନ୍ତି। ‘ପ୍ରଥମେ ମୋ ବାପାମା’ଙ୍କ ପାଖକୁ ଯିବାକୁ ଦିଅନ୍ତୁ। ଯେତେବେଳେ ଯାହା ଦରକାର ପଡ଼ିବ, ତାହା କହିବି’ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ବାବୁସାନ ଏହା କହିଛନ୍ତି । ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ପାରିବାରିକ କଳି ଏବେ ରାଜରାସ୍ତାକୁ ଆସିଛି ।
ବାବୁସାନ, ତାଙ୍କ ପତ୍ନୀ ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ କଳିର ଭିଡିଓ ଭାଇରାଲ ପରେ ସେ ଚେନ୍ନାଇ ଯାଇଥିବା ବେଳେ ଆଜି ଭୁବନେଶ୍ୱରକୁ ଫେରିଛନ୍ତି । ଚେନ୍ନାଇରୁ ବିମାନ ଯୋଗେ ଆସି ସେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଅନ୍ୟପଟେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ୍ ହୋଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ବାବୁସାନ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ପ୍ରଥମେ ବାପା ଓ ମାଆଙ୍କୁ ଭେଟିବାକୁ ଯିବି । ଯେତେବେଳେ ଯାହା ଦରକାର ପଡ଼ିବ, ତାହା କହିବି ।’
ଅନ୍ୟପଟେ ଗତକାଲି ଖାରବେଳନଗର ପୋଲିସ ବାବୁସାନଙ୍କ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଘରକୁ ଯାଇ ଘଣ୍ଟାଏ ଧରି ପ୍ରଶ୍ନ ପଚାରିଥିବା ସୂଚନା ମିଳିଥିଲା । ବାବୁସାନ, ତାଙ୍କ ପତ୍ନର ତୃପ୍ତି ଓ ବାନ୍ଧବୀ ପ୍ରକୃତିଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ କେଉଁ ଦିଗକୁ ଯିବ, ତାହା ଦେଖିବାକୁ ବାକି ରହିଛି ।