27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଏଲୋପାଥୀକୁ ନେଇ ବାବା ରାମଦେବଙ୍କ ବିବାଦୀୟ ବୟାନ

ଏଲୋପାଥୀକୁ ନେଇ ବାବା ରାମଦେବଙ୍କ ବିବାଦୀୟ ବୟାନ

ଡେରାଡୁନ: ପୁଣି ଅଡୁଆରେ ବାବା ରାମଦେବ । ଏଲୋପାଥୀକୁ ନେଇ ବିବାଦୀୟ ବାୟନ ଦେଇ ପୁଣି ଚର୍ଚ୍ଚାରେ ଯୋଗ ଗୁରୁ ବାବା ରାମଦେବ । ଦରିଦ୍ୱାରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଲୋପାଥୀ ଚିକିତ୍ସା ପଦ୍ଧତିକୁ ନେଇ ବାବିଦାୟୀ ବୟାନ ଦେଇଛନ୍ତି । ଏଲୋପାଥୀକୁ ଭୂମିରେ ପୋତି ଦେବି ବୋଲି କହିଛନ୍ତି ବାବ ରାମଦେବ । ହରିଦ୍ୱାର ଋଷିକୁଳ ଆୟୁର୍ବେଦ କଲେଜରେ ଅନୁଷ୍ଠିତ ଆୟୁର୍ବେଦ ସେମିନାରରେ ଯୋଗ ଦେଇ ବାବା ଏଲୋପାଥୀକୁ ନେଇ ଏପରି ମନ୍ତବ୍ୟ ଦେଇଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାମଦେବ କହିଛନ୍ତି, “କାର୍ଯ୍ୟ ଉପରେ ଫୋକସ କର । ଲୋକ କୁହନ୍ତି ଆୟୁର୍ବେଦର ଭବିଷ୍ୟତ କଣ? ଆୟୁର୍ବେଦର ବର୍ତ୍ତମାନ ଓ ଭବିଷ୍ୟତ ମୁଁ ନିଜେ ସ୍ୱାମୀ ରାମଦେବ ତୁମ ସାମ୍ନାରେ ଛିଡା ହୋଇଛି । ମୁଁ ସ୍ଥିର କରି ନେଇଛି ଯେ ଯେପରି ମଲ୍ଟି ନ୍ୟାସନାଲ କମ୍ପାନୀକୁ ଶିର୍ଷାସନ କରାଇଥିଲୁ ସେହିପରି ଏଲୋପାଥୀକୁ ଭୂଇଁରେ ପୋତି ଦେବୁ ।

ଏମିତି ପୋତିବୁ ଯେ ଦୀର୍ଘ ଦିନ ଯାଏ ସେ ନିଶ୍ୱାସ ନେଇପାରିବେ ନାହିଁ । ବାବା ରାମଦେବ ଆହୁରି କହିଛନ୍ତି, ଏଲୋପାଥୀ ରୋଗ ଆଣୁଛି । ଆୟୁର୍ବେଦର ବର୍ତ୍ତମାନ ଓ ଭବିଷ୍ୟତ ସ୍ୱାମୀ ରାମଦେବ । ଏଲୋପାଥୀ ଲୋକଙ୍କ ପାଇଁ ରୋଗ ଆଣୁଛି । କୋରୋନାର ଔଷଧ ଆମେ ପ୍ରସ୍ତୁତ କରିଛୁ । ଏଲୋପାଥୀ ଏବେ ଯାଏଁ କୋରୋନାର ଔଷଧ ତିଆରି ହୋଇନାହିଁ । ଯଦି ଦୁନିଆରେ ୨୫ ପ୍ରତିଶତ ଯକୃତ ଜନିତ ସମସ୍ୟା ହୋଇଛି ତାର କାରଣ କେବଳ ଏଲୋପାଥୀ ଔଷଧ । ଅନେକ ଲୋକଙ୍କ କିଡନୀ ଏଲୋପାଥୀ ମେଡିସିନ ଖାଇବା ଦ୍ୱାରା ଖରାପ ହୋଇଛି । ବାବାଙ୍କ ଏହି ବୟାନ ପରେ ସେମିନାରରେ ତାଳିରେ ଫାଟି ପଡିଥିଲା । ଅନେକ ସମୟରେ ବିବାଦୀୟ ବାୟନ ଦେଇ ଚର୍ଚ୍ଚାରେ ଥିବା ବାବା ରାମଦେବ ଏବେ ପୁଣି ଅଡୁଆରେ ପଡିଛନ୍ତି । ହରିଦ୍ୱାର ଋଷିକୁଳ ଆୟୁର୍ବେଦ କଲେଜରେ ଅନୁଷ୍ଠିତ ଆୟୁର୍ବେଦ ସେମିନାରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking