32.1 C
Bhubaneswar
Saturday, October 19, 2024
Homeଓଡିଶାବିଏସ୍‍ସି ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ଆତ୍ମହତ୍ୟା

ବିଏସ୍‍ସି ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ପୁଣି ଜଣେ ଛାତ୍ରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ନିକଟସ୍ଥ ଗୋଠପାଟଣୋର ଦେଖିବାକୁ ମିଳିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ବିଏସ୍‍ସି ଦ୍ୱିତୀୟ ବଷର୍ର ଛାତ୍ରୀ ଅଚ୍ଚର୍ନା ଦାସ । ଖବର ପାଇ ଚନ୍ଦକା ଥାନା ପୁଲିସ ଓ ସାଇଣ୍ଟିଫିକ୍‍ ଟିମ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରିବା ସହ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ମୃତ ଛାତ୍ରୀଙ୍କ ସୁଇସାଇଡ୍‍ ନୋଟ୍‍ ଜବତ ହୋଇ ନଥିବା ପୁଲିସ ପକ୍ଷରୁ କୁହାଯାଇଛି । କଣ ପାଇଁ ଛାତ୍ରୀଙ୍କ ମୃତ୍ୟୁର କାରଣ ଯଦିଓ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ତେବେ ଏହା ଆତ୍ମହତ୍ୟା ବୋଲି ପୁଲିସ ପ୍ରତମିକ ତଦନ୍ତରୁ ଜାରଇବାକୁ ପାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଞ୍ଚଳରେ ଥିବା ଏକ କଲେଜ ହେଷ୍ଟଲ ଭିତରୁ ଅଚ୍ଚର୍ନାଙ୍କ ମୃତେଦହ ମଙ୍ଗଳବାର ସକାଳୁ ସକାଳୁ ଜବତ କରିଥିଲା । ସୋମବାର ବିଳମ୍ବିତ ରାତିରେ ବେକେର ଶାଢ଼ି ଲଗାଇ ଅର୍ଚ୍ଚନା ଝୁଲି ପଡ଼ିଥିବା ଅନୁମାନ କରାଯାଉଛି। ମୃତ ଅଚ୍ଚର୍ନାଙ୍କ ଘର କେନ୍ଦୁଝରେର ଜିଲାରେ । ବିଗତ କିଛି ମାସ ମଧ୍ୟରେ ରାଜଧାନୀ ଭୁବନେଶ୍ୱରେର ଅନେକ ଯୁବତୀଙ୍କ ଝୁଲନ୍ତା ମୃତେଦହ ଜବତ ହୋଇଛି । ଏଥିରେ ଉଚ୍ଚଶିକ୍ଷିତା ମଧ୍ୟ ସାମିଲ ଅଛନ୍ତି । ବିଜେବି କଲେଜ, ରମାଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଛାତ୍ରଛାତ୍ରୀମାନେ ବାରମ୍ବାର ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଉଥିବାରୁ ଏହାକୁ ନେଇ ଅଭିଭାବକମାନେ ଚିନ୍ତାରେ ରହୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking