ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ସାଂସଦ ଆଜମ ଖାନ୍ ଅସୁସ୍ଥ ହେବାପରେ ସୋମବାର ତାଙ୍କୁ ନୂଆଦିଲ୍ଲୀସ୍ଥ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।
ଗତ ବିଧାନସଭା ନିର୍ବାଚନରେ ଆଜମ ସମାଜବାଦୀ ପାର୍ଟି ପ୍ରାର୍ଥୀଭାବେ ରାମପୁର ଆସନରୁ ନିର୍ବାଚିତ ହୋଇଥିଲେ । ତେବେ ଘୃଣ୍ୟ ଭାଷଣ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୩ ବର୍ଷ ଜେଲଦଣ୍ଡ ମିଳିବାପରେ ତାଙ୍କର ବିଧାୟକ ପଦ ରଦ୍ଦ କରାଯାଇଛି ।