ଅଯୋଧ୍ୟା: ବଦଳିବ ଅଯୋଧ୍ୟାର ଶ୍ରୀରାମ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନାଁ । ବିମାନ ବନ୍ଦରର ନାଁ ବଦଳିବା ପ୍ରସ୍ତାବରେ ଆଲୋଚନା ଚାଲିଛି । ରାମ ମନ୍ଦିର ଖୋଲିବା ପୂର୍ବରୁ ବିମାନ ବନ୍ଦରର ନାଁ ବଦଳିବା ନେଇ ଚର୍ଚ୍ଚା ଚାଲିଛି । ଅଯୋଧ୍ୟା ବିମାନ ବନ୍ଦରର ନାଁ ମହର୍ଷି ବାଲ୍ମିକୀଙ୍କ ନାଁରେ ନାମିତ ହେବା ପାଇଁ ଯୋଜନା ଚାଲିଛି । ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ଯୋଗୀ ସରକାର ଏହା ବାବଦରେ ଏକ ପ୍ରସ୍ତାବ ପଠାଇବେ । ମର୍ଯ୍ୟାଦା ପୁରୁଷ ରାମଙ୍କ ନାଁରେ ବର୍ତ୍ତମାନର ଏୟାରପୋର୍ଟ ରହିଛି ।
ରାମନଗରୀ ଅଯୋଧ୍ୟାରେ ଏବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଜୋରସୋର ପ୍ରସ୍ତୁତି ଚାଲିଛି । ରାମ ମନ୍ଦିରରେ ରାମଲଲାଙ୍କ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବା ନେଇ ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ଧର୍ମନଗରୀରେ ସଂରଚନାରୁ ବିକାଶ କରିବା ପାଇଁ କାମ ଚାଲିଛି । ଏହି କ୍ରମରେ ଅତ୍ୟାଧୁନିକ ବିମାନ ବନ୍ଦରର କାମ ବି ଚାଲିଛି ।
ଉତ୍ତର ପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହାର ନିର୍ମାଣ କାର୍ଯ୍ୟ ନଭେମ୍ବର ୨୧ ତାରିଖ ସୁଦ୍ଧା ସରିବା ନେଇ ଆଶା କରାଯାଉଥିବା ବେଳେ ଆସନ୍ତା ବର୍ଷ ୨୦୨୪ ମସିହା ଜାନୁଆରୀରେ ଶ୍ରଦ୍ଧାଳୁ ଦର୍ଶନର ସୁଯୋଗ ପାଇବେ ।