ଦୁବାଇ: ପାଲେଷ୍ଟାଇନ ବିରୋଧରେ ଆକ୍ରମଣ ଜୋରଦାର କରୁଥିବାରୁ ପ୍ରାୟ ସବୁ ମୁସଲମାନ ବହୁଳ ରାଷ୍ଟ୍ର ବର୍ତ୍ତମାନ ଇସ୍ରାଏଲର ଶତ୍ରୁ ପାଲଟିଛନ୍ତି । ତେବେ ଇସ୍ରାଏଲ ବିରୋଧୀ ଏହି ଅଭିଯାନର ନେତୃତ୍ୱ ନେଉଛି ଇରାନ ।
ଇସ୍ରାଏଲକୁ ତେଲ ଓ ଖାଦ୍ୟପଦାର୍ଥ ରପ୍ତାନୀ ବନ୍ଦ କରିବାକୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ବୁଧବାର ସବୁ ମୁସ୍ଲିମ ରାଷ୍ଟ୍ରଗୁଡିକୁ ଆହ୍ୱାନ ଦେଇଛନ୍ତି । ପାଲେଷ୍ଟାଇନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହାମାସ୍କୁ ଇରାନ ଦୃଢ ସମର୍ଥନ ଜଣାଉଥିବାବେଳେ ହାମାସ୍ ସଂଗଠନର ଚିହ୍ନବର୍ଣ୍ଣ ଲୋପ କରିବାକୁ ଇସ୍ରାଏଲ ଏକପ୍ରକାର ସଙ୍କଳ୍ପ ନେଇସାରିଛି ।