33.1 C
Bhubaneswar
Monday, June 24, 2024
Homeଅପରାଧସେଲୁନ୍‌ କର୍ମଚାରୀଙ୍କ ଅଜବ ମସାଜ ; ଭିଡିଓ ଭାଇରାଲ ପରେ ହେଲେ ଗିରଫ

ସେଲୁନ୍‌ କର୍ମଚାରୀଙ୍କ ଅଜବ ମସାଜ ; ଭିଡିଓ ଭାଇରାଲ ପରେ ହେଲେ ଗିରଫ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ସେଲୁନରେ ଘଟିଛି ଅଭାବନୀୟ ଘଟଣା । ସେଲୁନ୍‌ ଭିତରେ ଛେପ ଲଗାଇ ଗ୍ରାହକଙ୍କ ମୁହଁରେ ମସାଜ କରୁଥିଲେ କର୍ମଚାରୀ । ସିସିଟିଭିରେ କଏଦ୍ ହୋଇଛି ସେଲୁନ କର୍ମଚାରୀଙ୍କ ଏଭଳି ଘୃଣ୍ୟ କାମ। ଏହି ଭିଡିଓ ଭାଇରାଲ ହେବା ଉକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଏଠାରେ ଜଣେ ସେଲୁନ୍ କର୍ମଚାରୀ ଗ୍ରାହକଙ୍କ ସହିତ ଘୃଣ୍ୟ କାମ କରିଛନ୍ତି। ଛେପ ପକାଇ ଗ୍ରାହକଙ୍କ ମୁହଁକୁ ମାଲିସ୍ କରିଛନ୍ତି ଅଭିଯୁକ୍ତ ଜୈଦ୍‌। ଯେତେବେଳେ ଗ୍ରାହକଙ୍କ ଏନେଇ ସନ୍ଦେହ ହୋଇଥିଲା, ସେତେବେଳେ ସେ ସେଲୁନରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଏହାପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସିସିଟିଭି ଫୁଟେଜ ଆଧାରରେ ଗ୍ରାହକ ସୁଶାନ୍ତ ଗଲ୍ଫ ସିଟି ପୁଲିସ ଷ୍ଟେସନରେ କର୍ମଚାରୀ ଜୈଦଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଅଭିଯୋଗକୁ ଭିତ୍ତି କରି ତଦନ୍ତ ପରେ ଲକ୍ଷ୍ନୌ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ପୂରା ମାମଲାର ତଦନ୍ତ ଜାରି ରହିଛି। ସେପଟେ ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ନେଇ ବିରୋଧ କରିଛନ୍ତି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking