18.1 C
Bhubaneswar
Monday, November 25, 2024
Homeଓଡିଶାକାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ଉତ୍ପୀଡନ ନିଶିଦ୍ଧ, ପ୍ରତିରୋଧ ଏବଂ ନ୍ୟାୟ ପ୍ରଦାନ ଆକ୍ଟ-୨୦୧୩...

କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ଉତ୍ପୀଡନ ନିଶିଦ୍ଧ, ପ୍ରତିରୋଧ ଏବଂ ନ୍ୟାୟ ପ୍ରଦାନ ଆକ୍ଟ-୨୦୧୩ ସମ୍ୱନ୍ଧୀୟ ସଚେତନତା କର୍ମଶାଳା

ଯାଜପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ଜଜ୍‌, ସ୍ୱତନ୍ତ୍ର ଅଦାଲତ (ପୋସ୍କୋ) ଶ୍ରୀ ଅଭିଜିତ୍ ପଲାଇ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କୁ ଯୈାନ ଉତ୍ପୀଡନ ନିଶିଦ୍ଧ, ପ୍ରତିରୋଧ ଏବଂ ନ୍ୟାୟ ପ୍ରଦାନ ଆକ୍ଟ-୨୦୧୩ ସମ୍ୱନ୍ଧୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଚ୍ଥି ।  ଉକ୍ତ ବୈଠକରେ  ଅତିରିକ୍ତ ବରିଷ୍ଠ ଦେୱାନୀ ଜଜ୍ ଶ୍ରୀମତୀ ମନସ୍ୱିନୀ ରଥ, ଜିଲ୍ଳ୍‌ା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଜ୍ୟୋର୍ତିମୟୀ ଦାସ, ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଉପ-ଜିଲ୍ଳ୍‌ାପାଳ ଶ୍ରୀ ଗୋପୀନାଥ କୁଅଁର ଯୋଗଦେଇ କାର୍ଯ୍ୟ କ୍ଷେତ୍ରରେ ଯୈାନ ଉତ୍ପୀଡନ ପ୍ରତିରୋଧ, ନିରୋଧ ଏବଂ ସମାଧାନ ଦିଗରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
 ଅତିରିକ୍ତ ଜିଲ୍ଲା ଜଜ୍‌,  ସ୍ୱତନ୍ତ୍ର ଅଦାଲତ (ପୋସ୍କୋ) ଶ୍ରୀ ଅଭିଜିତ୍ ପଲାଇ କହିଲେ ଯେ, ମହିଳା ମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସମସ୍ତ ଅଧିକାରୀ ଏବଂ ସଂସ୍ଥା ମୁଖ୍ୟମାନେ ମହିଳା ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ବିଧେୟ ଅଟେ ।  କେତେକାଂଶ ସ୍ଥାନରେ ମହିଳା ମାନଙ୍କୁ ଯୈାନ ଉତ୍ପୀଡନ ପୂର୍ବକ ଖରାପ ଇଙ୍ଗିତ ଦେବା, ଖରାପ ଭାଷା ବ୍ୟବହାର କରିବା ଏବଂ ଖରାପ ଲେଖା ଦେଖାଇ ସେମାନଙ୍କୁ ବିଜୁକ୍ତାତ୍ମକ ପଥ ପ୍ରଦର୍ଶନ କରାଇବା ଦଣ୍ଡନୀୟ ଅପରାଧ ହୋଇଥିବାରୁ ମହିଳା ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଏବଂ ସମୁଚିତ ନ୍ୟାୟ ପ୍ରଦାନ ଦିଗରେ ସରକାରଙ୍କ ପକ୍ଷରୁ ଏହି ଆକ୍ଟ ଲାଗୁ କରାଯାଇଅଚ୍ଥି ।  କାର୍ଯ୍ୟକ୍ଷେତ୍ରରେ ଅସମ୍ମାନୀତ ଓ କୁତ୍ସିତ କାର୍ଯ୍ୟରେ ଶିକାର ହେଉଥିବା ମହିଳାମାନେ ୨୦୧୩ ଆକ୍ଟ ଅଧିନରେ ସମସ୍ତ ପ୍ରକାର ନ୍ୟାୟ ପାଇପାରିବେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।
ପ୍ରତ୍ୟେକ କାର୍ଯ୍ୟାଳୟରେ ବା ସଂସ୍ଥା ମାନଙ୍କରେ ବରିଷ୍ଠ ଏକ ଜଣ ମହିଳା ଅଧିକାରିଣୀଙ୍କ ଦ୍ୱାରା ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯିବାକୁ ଆଇନରେ ଉଲ୍ଳେଖ ଥିବାବେଳେ କାର୍ଯ୍ୟକ୍ଷେତ୍ରରେ ଯୈାନ ଉତ୍ପୀଡନର ଶିକାର ହେଉଥିବା ମହିଳାମାନେ ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।  ଏହି କ୍ରମରେ ୭ ଦିନ ମଧ୍ୟରେ ଅଭିଯୋଗର ସତ୍ୟାସତ୍ୟ ଊପରେ କମିଟି ଅନୁଧ୍ୟାନ କରି ୯୦ ଦିନ ମଧ୍ୟରେ ପୀଡିତାଙ୍କ ଅଭିଯୋଗକୁ ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ।
ସେହିପରି ଅତିରିକ୍ତ ବରିଷ୍ଠ ଦେୱାନୀ ଜଜ୍ ଶ୍ରୀମତୀ ମନସ୍ୱିନୀ ରଥ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଊପଜିଲ୍ଳ୍‌ାପାଳ ଶ୍ରୀ ଗୋପୀନାଥ କୁଅଁର ମହିଳା ମାନଙ୍କୁ ଯୈାନ ଉତ୍ପୀଡନ ନିଶିଦ୍ଧ, ପ୍ରତିରୋଧ ଏବଂ ନ୍ୟାୟ ପ୍ରଦାନ ଆକ୍ଟ-୨୦୧୩ ସମ୍ୱନ୍ଧୀୟ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ସମସ୍ତ ଅଧିକାରୀମାନେ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ମହିଳା ମାନଙ୍କୁ ଆଇନଗତ ସମସ୍ତ ସମ୍ମାନ ପ୍ରଦର୍ଶନ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ।
ଜିଲ୍ଳ୍‌ା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଜ୍ୟୋର୍ତିମୟୀ  ଦାସ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଏବଂ ଆକ୍ଟ ସମ୍ୱନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନ ପୂର୍ବକ କର୍ମଶାଳାକୁ ସଞ୍ଚାଳନ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ବ୍ଳକର ସି.ଡି.ପି.ଓ., ଅଙ୍ଗନୱାଡି ସୁପରଭାଇଜର, ବିଭିନ୍ନ ସ୍ୱେଚ୍ଚ୍ଥାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking