32.1 C
Bhubaneswar
Wednesday, September 18, 2024
Homeଖେଳପ୍ରଥମ ଟି-୨୦ ଜିତିଲା ଅଷ୍ଟ୍ରେଲିଆ

ପ୍ରଥମ ଟି-୨୦ ଜିତିଲା ଅଷ୍ଟ୍ରେଲିଆ

ଲଣ୍ଡନ:  ଓପ୍ନର୍ ଟ୍ରାଭିସ୍ ହେଡ୍‌ଙ୍କ ଆକ୍ରମଣାତ୍ମକ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ୨୮ ରନ୍‌ରେ ହରାଇ ଦେଇଛି ।  ସାମ୍ କରନ୍‌ଙ୍କ ଏକ ଓଭର୍‌ରେ ହେଡ୍ ଲଗାତାର ୬ ବାଉଣ୍ଡାରୀ ମାରି ୩୦ ରନ୍ ଉଠାଇଥିଲେ । ଏଥିରେ ୩ ଛକା ଓ ୩ ଚୌକା ସାମିଲ ଥିଲା । ସେ ୨୩ ବଲ୍‌ରେ ୫୯ ରନ୍‌ର ଇନିଂସ୍ ଖେଳିଥିଲେ । ତାଙ୍କ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଚୟନ କରାଯାଇଥିଲା । ସାଉଥ୍‌ହମ୍ପଟନ୍‌ର ଦ ରୋଜ୍ ବାଉଲ୍‌ରେ ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ୧୯.୩ ଓଭର୍‌ରେ ୧୭୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ୧୮୦ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଟିମ୍ ୧୯.୨ ଓଭର୍‌ରେ ୧୫୧ ରନ୍ ହିଁ କରିପାରିଥିଲା । ଏହି ବିଜୟ ଫଳରେ କଙ୍ଗାରୁ ଟିମ୍ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ ଆଗୁଆ ହୋଇଛି । ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି କାର୍ଡିଫ୍‌ରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking