33.1 C
Bhubaneswar
Saturday, October 5, 2024
Homeଖେଳପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ଆଡିଲେଡ୍ : ଗୁରୁବାର ଏଠାରେ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌କୁ ବିଜୟ ସହ ଆରମ୍ଭ କରିଛି ଘରୋଇ ଅଷ୍ଟ୍ରେଲିଆ । ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ପାଇ ଇଂଲଣ୍ଡ ୯ ୱିକେଟ୍ ବିନିମୟରେ ୨୮୭ ରନ୍ କରିଥିଲା । ଦଳ ପକ୍ଷରୁ ଡେୱିଡ୍ ମାଲାନ୍ ୧୩୪ ରନ୍‌ର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଦିନିକିଆ କ୍ୟରିୟର୍‌ର ଏହି ଦ୍ୱିତୀୟ ଶତକୀୟ ଇନିଂସରେ ମାଲାନ୍ ୧୨୮ଟି ବଲ୍‌ର ସମ୍ମୁଖୀନ ହୋଇ ୧୨ଟି ଚୌକା ଓ ୪ଟି ଛକା ଲଗାଇଥିଲେ । ଏଥିସହ ସେ ଏଠାରେ ଦିନିକିଆ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ଇନିଂସ ମଧ୍ୟ ଖେଳିଥିଲେ । ତାଙ୍କ ବ୍ୟତୀତ ଡେଭିଡ୍ ୱିଲି ୩ଟି ଚୌକା ସହ ୩୪ ରନ୍ କରିଥିବା ବେଳେ ଅଧିନାୟକ ଜୋସ୍ ବଟଲର୍ ୨ଟି ଚୌକା ସହାୟତାରେ ୨୯ ରନ୍‌ର ଯୋଗଦାନ ଦେଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପ୍ୟାଟ୍ କମିନ୍ସ ଓ ଆଡାମ୍ ଜାମ୍ପା ୩ଟି ଲେଖାଏଁ ଏବଂ ମିଚେଲ୍ ଷ୍ଟାର୍କ ଓ ମାର୍କସ୍ ଷ୍ଟୋଇନିସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଅଷ୍ଟ୍ରେଲିଆ ୪୬.୫ ଓଭର୍‌ରେ ମାତ୍ର ୪ଟି ୱିକେଟ୍ ହରାଇ ୨୯୧ ରନ୍ କରି ବେଶ୍ ସହଜରେ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଓପନର ଡେଭିଡ୍ ୱାର୍ଣ୍ଣର୍ ସର୍ବାଧିକ ୮୬ ରନ୍ କରିଥିଲେ । ତାଙ୍କର ଏହି ଧୂଆଁଧାର ଇନିଂସରେ ୧୦ଟି ଚୌକା ଓ ଗୋଟିଏ ଛକା ସାମିଲ୍ ଥିଲା । ଏହାଛଡ଼ା ଷ୍ଟିଭେନ୍ ସ୍ମିଥ୍ ୯ଟି ଚୌକା ଓ ଗୋଟିଏ ଛକା ସହ ୮୦ ରନ୍ କରି ଅପରାଜିତ ରହିଥିଲେ । ଆହୁରି ଅନ୍ୟତମ ଓପନର ଟ୍ରେଭିସ୍ ହେଡ୍ ୧୦ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୬୯ ରନ୍‌ର ଅବଦାନ ଦେଇଥିଲେ । ସ୍ମିଥ୍‌ଙ୍କ ସାଥୀରେ କାମେରନ୍ ଗ୍ରୀନ୍ ୩ଟି ଚୌକା ସହ ୨୦ ରନ୍ କରି ଅପରାଜିତ ଥିଲେ । ଇଂଲଣ୍ଡ ପକ୍ଷରୁ ୱିଲି ୨ଟି ଏବଂ କ୍ରିସ୍ ଜୋର୍ଡାନ୍ ଓ ଲିଆମ୍ ଡସନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦଳ ପରାସ୍ତ ହୋଇଥିଲେ ମଧ୍ୟ ମାଲାନ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ଟି ଆସନ୍ତା ଶନିବାର ସିଡ୍‌ନୀଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking