27.1 C
Bhubaneswar
Saturday, June 22, 2024
Homeଖେଳଇଂଲଣ୍ଡକୁ ୩୬ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟ

ଇଂଲଣ୍ଡକୁ ୩୬ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟ

ନୂଆଦିଲ୍ଲୀ : ଚଳିତ ଟି-୨୦ ବିଶ୍ୱକପର ୧୭ ତମ ମ୍ୟାଚରେ ବାଜି ମାରିଛି ଅଷ୍ଟ୍ରେଲିଆ । କେନିଙ୍ଗଷ୍ଟନ ଓଭାଲରେ ଇଂଲଣ୍ଡକୁ ୩୬ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟ ହାସଲ କରିଛି । ଆଟାକିଙ୍ଗ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୨୦ ଓଭରରେ ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୨୦୧ ରନ ସଂଗ୍ରହ କରିଥିଲା । ତେବେ ଅଷ୍ଟ୍ରେଲିଆ ୨୦୦ ରନ ସଂଗ୍ରହ କରିଥିଲେ ମଧ୍ୟ ଦଳର କୌଣସି ବ୍ୟାଟ୍ସମ୍ୟାନ ଅତି କମରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିନଥିଲେ । କ୍ରିକେଟକୁ ଟିମ ଗେମ କୁହାଯାଉଥିବାବେଳେ ଅଷ୍ଟ୍ରେଲିଆର ସାମୂହିକ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ମ୍ୟାଚ ଜିତିଛି । ଆଡ଼ାମ ଜାମ୍ପା ଇଂଲଣ୍ଡର ଦୁଇ ଘାତକ ଓପନରଙ୍କ ୱିକେଟ୍ ନେଇ ଥିବାରୁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଥିଲା ।

ଇଂଲଣ୍ଡ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା । ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ ୱାର୍ନର(୩୯) ଓ ଟ୍ରାଭିସ ହେଡ଼(୩୪) ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରି ୭୦ ରନ ଯୋଡ଼ିଥିଲେ । ପଞ୍ଚମ ଓଭରରେ ମୋଏନ ଅଲି ୱାର୍ନରଙ୍କୁ ଓ ଷଷ୍ଠ ଓଭରରେ ଜୋଫ୍ରା ଆର୍ଚର ଟ୍ରାଭିସ ହେଡ଼ଙ୍କ ୱିକେଟ୍ ନେଇଥିଲେ । ପରେ ମିଚିଲ ମାର୍ଶ ୩୫, ମ୍ୟାକ୍ସୱେଲ ୨୮, ଷ୍ଟୋଇନିସ ୩୦, ଟିମ ଡେଭିଡ ୧୧ ଓ ହେଡ଼ ୧୭ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡର ମୋଏନ ଅଲି, ଜୋଫ୍ରା ଆର୍ଚର, ଆଦିଲ ରଶିଦ ଓ ଲିଆମ ଲିବିଙ୍ଗଷ୍ଟନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବାବେଳେ କ୍ରିସ୍ ଜୋର୍ଡାନ୍ ଦୁଇଟି ୱିକେଟ୍ ନେଇଥିଲେ ।

ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା । ଫିଲ ସଲ୍ଟ ୨୩ ବଲରେ ୩୭ ରନ ସଂଗ୍ରହ କରିଥିବାବେଳେ ଯଶ ବଟଲର ୨୮ ବଲରେ ୪୨ ରନ ସଂଗ୍ରହ କରିଥିଲେ । ପରେ ଅଷ୍ଟ୍ରେଲିଆର ବୋଲରଙ୍କ ଆଗରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଧରାଶାୟୀ ହୋଇପଡିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଯଶ ହାଜେଲଉଡ଼ ଓ ଷ୍ଟୋଇନିସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବାବେଳେ ଆଡ଼ାମ ଜାମ୍ପା ଓ ପ୍ୟାଟ କମିନ୍ସ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହା ସହ ଅଷ୍ଟ୍ରେଲିଆ ମ୍ୟାଚ ଜିତିବା ସହ ଗ୍ରୁପ-ବି ର ପଏଣ୍ଟସ ଟେବୁଲର ଶୀର୍ଷରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking