କ୍ରାଏଷ୍ଟଚର୍ଚ୍ଚ: କ୍ରାଏଷ୍ଟଚର୍ଚ୍ଚରେ ମାର୍ଚ୍ଚ ୯ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ଦୁଇ ଟେଷ୍ଟ୍ ବିଶିଷ୍ଟ ସିରିଜ୍ର ଅନ୍ତିମ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ ଘୋଷିତ ହୋଇଛି । ପ୍ରଥମ ମ୍ୟାଚ୍ରେ ଖେଳିଥିବା ସମସ୍ତ ଖେଳାଳି ଦ୍ୱିତୀୟ ମ୍ୟାଚ୍ ପାଇଁ ସ୍ଥାନ ବଜାୟ ରଖିଛନ୍ତି । କ୍ରାଏଷ୍ଟଚର୍ଚ୍ଚରେ ମ୍ୟାଚ୍ ଆରମ୍ଭର ଏକ ଦିନ ପୂର୍ବରୁ ପ୍ରେସ୍ କନ୍ଫରେନ୍ସରେ ଅଷ୍ଟ୍ରେଲୀୟ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଏହା କହିଛନ୍ତି ।
ଉସ୍ମାନ୍ ଖ୍ୱାଜାଙ୍କ ସହ ଷ୍ଟିଭ୍ ସ୍ମିଥ୍ ପୁଣିଥରେ ଇନିଂସ୍ ଓପନ୍ କରିବା କମିନ୍ସଙ୍କ ବୟାନରୁ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ୱେଲିଂଟନ୍ ଟେଷ୍ଟ୍ରେ ୧୭୨ ରନ୍ର ବଡ଼ ପରାଜୟର ସମ୍ମୁଖୀନ ହୋଇଥିବା ନ୍ୟୁଜିଲାଣ୍ଡ୍ ଟିମ୍ରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ପ୍ରଥମ ମ୍ୟାଚ୍ରେ ଆହତ ହୋଇଥିବା ଫାଷ୍ଟ୍ ବୋଲର୍ ସ୍କଟ୍ କୁଗ୍ଜେଲିନ୍ଙ୍କ ସ୍ଥାନରେ ବେନ୍ ସିୟର୍ସଙ୍କୁ ଡେବ୍ୟୁ ସୁଯୋଗ ମିଳିବ । ଏହା ବ୍ୟତୀତ କିୱି ଟିମ୍ରେ ମିଚେଲ୍ ସାଣ୍ଟନର୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ରହିଛି । ତେବେ ପରିସ୍ଥିତିକୁ ଧ୍ୟାନରେ ରଖି ଏହା ଉପରେ ନିଷ୍ପତ୍ତି ନିଆଯିବ ।
ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ: ଉସମାନ୍ ଖ୍ୱାଜା, ଷ୍ଟିଭ୍ ସ୍ମିଥ୍, ମାର୍ନସ୍ ଲାବୁଶେନ୍, କାମେରନ୍ ଗ୍ରୀନ୍, ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ଶ, ଆଲେକ୍ସ ପେରୀ (ୱିକେଟ୍କିପର୍), ପ୍ୟାଟ୍ କମିନ୍ସ ମିଚେଲ୍ ଷ୍ଟାର୍କ, ଜୋଶ୍ ହେଜଲ୍ଉଡ୍ ଓ ନାଥନ ଲିଓନ୍ ।