24.1 C
Bhubaneswar
Monday, February 2, 2026
Homeସ୍ୱାଧୀନତା ଦିବସ- ୨୦୨୪ଅଗଷ୍ଟ ୧୫ : ଜାଣନ୍ତୁ ଏହା ପଛର ଇତିହାସ

ଅଗଷ୍ଟ ୧୫ : ଜାଣନ୍ତୁ ଏହା ପଛର ଇତିହାସ

ନୂଆଦିଲ୍ଲୀ : ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନତା ଦିବସ ପାଳନ କରିଥାଏ । କାରଣ ଠିକ ୭୮ ବର୍ଷ ତଳେ ଏହି ଦିନ ହିଁ ଇଂରେଜ ଶାସନ ହାତରୁ ଭାରତ ସ୍ଵାଧୀନ ହୋଇଥିଲା ଏହି କାରଣରୁ ହିଁ ପ୍ରତିଟି ଭାରତୀୟଙ୍କ ପାଇଁ ଏହି ଦିନର ବିଶେଷତା କିଛିଟା ଭିନ୍ନ । ଭାରତ ସ୍ଵାଧୀନତା ଲାଭ କରିବାର ମଧ୍ୟରାତ୍ରରେ ଜବାହର ଲାଲ ନେହେରୁ ଏକ ଐତିହାସିକ ଭାଷଣ ଦେଇଥିଲେ । ଯାହାକୁ “ଟ୍ରଷ୍ଟି ଅଫ ଡେଷ୍ଟିନି” ନାଁରେ ଜଣାଯାଏ । ଏହାବାଦ ସ୍ଵାଧୀନ ଭାରତର ସଂସଦରେ ଦିଆଯାଇଥିବା ଏହା ହେଉଛି ପ୍ରଥମ ଭାଷଣ । ପ୍ରତି ବର୍ଷ ଏହି ଦିନରେ ଦେଶର ପ୍ରଧାନମନ୍ତ୍ରୀ ଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । କିନ୍ତୁ ଖୁବ କମ ଲୋକ ହୁଏତ ଜାଣିଥିବେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ କିନ୍ତୁ ଏମିତି ହୋଇନଥିଲା।ଲୋକସଭା ସଚିବାଲୟ ଦ୍ବାରା ଜାରି ହୋଇଥିବା ଏକ ପାତ୍ରରୁ ଜଣାଯାଇଛିକି ନେହେରୁ ସେହିବର୍ଷ ଅଗଷ୍ଟ ୧୬ ତାରିଖରେ ହିଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟର ସୀମା ନିର୍ଦ୍ଧାରଣ ବି ଅଗଷ୍ଟ ୧୫ ନୁହେଁ ବରଂ ୧୭ ତାରିଖରେ ହୋଇଥିଲା । ଆଉ ଏହି ସୀମାର ନାଁ ଲାଇନ ଦିଆଯାଇଥିଲା |ବ୍ରିଟିଶ ହାଉସ ଅଫ କମନ୍ସରେ “ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ” ବିଲ ୧୯୪୭ ମସିହା ଜୁଲାଇ ୪ ତାରିଖରେ ପାରିତ ହୋଇଥିଲା । ଯେଉଁଥିରେ ଅଖଣ୍ଡ ଭାରତର ବିଭାଜନ ଓ ନୂତନ ପାକିସ୍ତାନ ଗଠନ ନେଇ ପ୍ରସ୍ତାବ ରଖାଯାଇଥିଲା । ଏହି ବିଲ ସେହି ମାସ ୧୮ ତାରିଖରେ ସ୍ଵୀକୃତି ଲାଭ କରିଥିବା ବେଳେ ୧୪-୧୫ ମଧ୍ୟରାତ୍ରରେ ଭାରତ ସ୍ଵାଧୀନତା ହାସଲ କରିଥିଲା । \

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking