28.1 C
Bhubaneswar
Friday, November 22, 2024
Homeଅପରାଧଦ୍ୱିତୀୟ ବିବାହ ପାଇଁ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା ଉଦ୍ୟମ

ଦ୍ୱିତୀୟ ବିବାହ ପାଇଁ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା ଉଦ୍ୟମ

ଲକ୍ଷ୍ନୌ: ପାରିପାରିକ କଳହ କାରଣରୁ ଅତି ନିର୍ମମ କାଣ୍ଡ କରିବାକୁ ପଛାଇଲା ନାହିଁ ସ୍ୱାମୀ । ଦ୍ୱିତୀୟ ବିବାହ କରିବା ପାଇଁ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ସ୍ୱାମୀ ହତ୍ୟା ଉଦ୍‌ଯମ କରିଥିବା ଅଭିଯୋଗ ହୋଇଛି । ଏଥିରେ ମ୍ବାମୀଙ୍କ ସହ ମହିଳାଙ୍କ ଶାଶୁଘରର ଅନ୍ୟ ସଦସ୍ୟମାନେ ମଧ୍ୟ ସମ୍ପୃକ୍ତ ରହିଥିଲେ । ମାତ୍ର କୌଣସି ପ୍ରକାର ମହିଳାଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏପରି ଏକ ଘଟଣା ଉତ୍ତର ପ୍ରଦେଶ ମିରଟର ଲିସାଦିଗେଟ ଏରିଆରେ ସାମ୍ନାକୁ ଆସିଛି । ପୀଡିତା ଜଣଙ୍କ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଗିରଫ କରାଯିବା ସହ ପରିବାରର ଅନ୍ୟ କିଛି ସଦସ୍ୟଙ୍କୁ ମଧ୍ୟ ପୋଲିସ ଥାନାକୁ ନେଇ ଜାରି ମଧ୍ୟ କରିଛି । ପୀଡିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ବିବାହକୁ ନେଇ ପରିବାର ଲୋକେ ଖୁସି ନଥିଲେ । ଏପରିକି ତାଙ୍କ ସ୍ୱାମୀ ମଧ୍ୟ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ । ଏହି କାରଣରୁ ତାଙ୍କ ଉପରେ ପରିବାର ଲୋକେ ସର୍ବଦା ଅତ୍ୟାଚାର ଓ ଶାରୀରିକ ନିର୍ଯାତନା ଜାରି ରଖିଥିଲେ ।

ପରେ ସେମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ମହିଳାଙ୍କ ସ୍ୱାମୀ ତାଙ୍କୁ ବିଦ୍‌ଯୁତ ଆଘାତ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସେ ଏଥିରେ ବର୍ତ୍ତିଯିବା କାରଣରୁ ତାଙ୍କୁ ପୁଣି ଥରେ ହତ୍ୟା କରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା । ଏଥିରେ କେବଳ ତାଙ୍କ ସ୍ୱାମୀ ନୁହନ୍ତି ବରଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ଥିଲେ । ଏଥିରେ ତାଙ୍କ ଶାଶୁ ଓ ଭାଉଜଙ୍କ ମଧ୍ୟ ପ୍ରମୁଖ ଭୂମିକା ରହିଛି । ସେ ତାଙ୍କୁ ପେଟ୍ରୋଲ ଢାଳି ମାରିବା ପାଇଁ ଉଦ୍ୟମ କରିବା ବେଳେ ମହିଳା ଜଣଙ୍କ ଖସି ଆସିଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୀଡିତା ଜଣକ ଗତକାଲି (ସୋମବାର) ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲିସାଦୀ ଗେଟ୍ ପୋଲିସ୍ ଷ୍ଟେସନ ଦାୟିତ୍ୱରେ ଥିବା ଅଧିକାରୀ ଜିତେନ୍ଦ୍ର ସିଂ କହିଛନ୍ତି, ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଯାଇଛି । ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଅଟକ ରଖି ଜେରା କରାଯାଉଛି । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking