32.1 C
Bhubaneswar
Saturday, October 19, 2024
Homeଓଡିଶାଶିଶୁକୁ ଗରମ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ ଘଟଣା; ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌ଦଣ୍ଡ

ଶିଶୁକୁ ଗରମ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ ଘଟଣା; ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର: ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କ ନାମ ହେଲା ଧନୁ ମୁଣ୍ଡା(୨୭) ଏବଂ ତାଙ୍କ ଘର ପଣ୍ଡାପଡ଼ା ଥାନା ନୁଦୁରପଡା ଗ୍ରାମରେ ବୋଲି ଜଣାପଡ଼ିଛି । ପ୍ରକାଶ ଯେ, ଗତ ୨୬/୦୭/୨୦୨୧ରେ ଧନୁମୁଣ୍ଡା ଦୈତାରୀ ଥାନା ଖସାପଦା ଗ୍ରାମର ଦୁଧପଶି ସାହିରେ ରହୁଥିବା ତାଙ୍କ ଶଳା ରବି ମେଲସାଣ୍ଡିଙ୍କ ଘରକୁ ଯାଇଥିଲା ।

ସେଠାରେ ଉକ୍ତ ଦିନ ରାତି ୮ଟାରେ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ରବି ମେଲସାଣ୍ଡିଙ୍କ ୮ବର୍ଷର ପୁଅ ବୁଧୁ ମେଲସାଣ୍ଡିକୁ ଗରମ ପାଣିରେ ବୁଡ଼ାଇ ଦେଇଥିଲା । ଫଳରେ ଶିଶୁଟିର ମୁହଁ, ହାତ, ବାମ ପଟ ଛାତି ପୋଡ଼ିଯାଇଥିଲା । ପ୍ରଥମେ ତାକୁ ଆନନ୍ଦପୁର ମେଡିକାଲ ଏବଂ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସା୍ଥନାନ୍ତରିତ କରାଯାଇଥିଲା । ଏହି ଘଟଣାରେ ବୁଧୁ ମେଲସାଣ୍ଡିର ସମ୍ପର୍କୀୟ ଡମ୍ବରୁଧର ପିଙ୍ଗୁଆ ୨୭/୦୭/୨୦୨୧ରେ ଦୈତାରୀ ଥାନାରେ ଏତଲା ଦେଇଥିଲେ ।

ପୁଲିସ କେସ୍ ନଂ-୫୪/୨୦୨୧ ଦଫା ୩୨୬/୩୦୭ରେ ମାମଲା ରୁଜୁ କରି ଧନୁ ମୁଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ୧୧ ଜଣ ସାକ୍ଷୀ ପ୍ରମାଣ ଏବଂ ପୁଲିସ ରିପୋର୍ଟକୁ ଭିତ୍ତିକରି ଗୁରୁବାର ଦିନ କେନ୍ଦୁଝର ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ରଞ୍ଜୁଲତା ଲେଙ୍କା ଏହାର ଶୁଣାଣି କରି ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଅତିରିକ୍ତ ୫ ମାସ ଜେଲ୍ ଦଣ୍ଡ ଆଦେଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାରେ ପିପି ଅଶୋକ କୁମାର ଦାସ ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking