19.1 C
Bhubaneswar
Monday, November 18, 2024
Homeଅପରାଧସାମ୍ବାଦିକ ଓ ପୁଲିସଙ୍କୁ ଆକ୍ରମଣ ଘଟଣା: ୧୪ ଜଣ କୋର୍ଟଚାଲାଣ

ସାମ୍ବାଦିକ ଓ ପୁଲିସଙ୍କୁ ଆକ୍ରମଣ ଘଟଣା: ୧୪ ଜଣ କୋର୍ଟଚାଲାଣ

ସିଂହପୁର:   ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଛୋଳଠାରେ ଗତକାଲି ସାମ୍ବାଦିକଙ୍କୁ ଆକ୍ରମଣ ଓ ଜରୀ ପଞ୍ଚାୟତରେ ପୁଲିସ୍‌କୁ ମାଡ଼ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଉଭୟ ଘଟଣାରେ ୧୪ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ୧୧ ଜଣ ଗିରଫ ହୋଇଥିବା ବେଳେ ପୁଲିସ୍‌କୁ ମାଡ଼ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ବିଞ୍ଝାରପୁର ଥାନା କେସ୍ ନଂ. ୧୨୬/୨୨ରେ ମାମଲା ରୁଜ ହୋଇଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ  ରାଜୁ ମଲ୍ଲିକ(୨୭),  ନିରଞ୍ଜନ ମଲ୍ଲିକ(୨୮),  ଚନ୍ଦ୍ରମଣୀ ମଲ୍ଲିକ(୨୦),  ନବକିଶୋର ମଲ୍ଲିକ(୩୦),  ଲଲାଟେନ୍ଦୁ ମଲ୍ଲିକ(୩୧),  ରୀନା ମଲ୍ଲିକ(୨୫),  କବିତା ମଲ୍ଲିକ (୨୩),  ଲିପି ମଲ୍ଲିକ(୨୫), ଭାନୁମତୀ ମଲ୍ଲିକ(୪୫), ଟିକିଲି ମଲ୍ଲିକ(୩୦) ଓ ଜଳଧର ଜେନା (୨୫) ।

ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଆଜି ପୂର୍ବାହ୍ନରେ ଏସ୍‌ପି ରାହୁଲ ପିଆର ବିଞ୍ଝାରପୁର ଥାନାରେ ପହଞ୍ôଚ ଅଧିକ ତଦନ୍ତ କରିଥିଲେ । ଅଭିଯୁକ୍ତମାନଙ୍କୁ ନିସ୍ତାର ନାହିଁ, ଯେଉଁଠି ଲୁଚିଲେ ବି ପୁଲିସ ସେମାନଙ୍କୁ ଠାବକରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସପି ଚେତାଇ ଦେଇଛନ୍ତି । ସେହିପରି ଜରୀ ପଞ୍ଚାୟତରେ ଗତକାଲି ପୁଲିସ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଥାନା କେସ୍ ନଂ ୧୨୭/୨୨ରେ ମାମଲା ରୁଜ ହୋଇଛି ।  ଏହି ମାମଲାର ମୁଦଲାମାନେ ହେଲେ ଆଲୋକ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ ଓ ଯାଦବ ଯେନା । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇ ଥିବା ଆଇଆଇସି ଅମରେନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking