31.1 C
Bhubaneswar
Sunday, October 20, 2024
Homeଅପରାଧନିର୍ବାଚନୀ ହିଂସା : ସରପଞ୍ଚଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ

ନିର୍ବାଚନୀ ହିଂସା : ସରପଞ୍ଚଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର : ନୀଳଗିରି ଥାନା ଅଞ୍ଚଳରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ସରପଞ୍ଚଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ କରାଯାଇଛି । ବାଲେଶ୍ୱର ଜିଲାର ସିପିଆଇ ପାର୍ଟି ସମ୍ପାଦକ ତଥା ସରପଞ୍ଚ ନିରଞ୍ଜନ ବାରିକଙ୍କ ବଡ଼ପୁଅ ଲେଲିନ (୩୭) ପାଟପୁର ବଜାରରୁ ସ୍କୁଟି ନେଇ ଗୁହାଳିଆସ୍ଥିତ ଘରକୁ ଯାଉଥିଲେ। ରାସ୍ତା ଉପରେ ସେହି ଗାଁର ଜୁଳ ଓରଫ କୃଷ୍ଣଚନ୍ଦ୍ର ବେହେରା, ତାଙ୍କ ଦୁଇପୁଅ ଦୀନବନ୍ଧୁ ଓ ପଦ୍ମଲୋଚନ, ଅଜୟ ରାଉତ, ଶିପ୍ତୀକାନ୍ତ ମହାନ୍ତି ପ୍ରମୁଖ ସଂଘବଦ୍ଧ ଭାବେ ଠେଙ୍ଗା, ଖଣ୍ଡା, ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ। ସେଠାରେ ଏକ ନଳକୂପରେ ପାଣି ନେଉଥିବା ରାଧାମଣି ବେହେରା ନାମକ ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ଅଭିଯୁକ୍ତମାନେ ପଳାଇଥିଲେ ।

ତେବେ ଯିବା ସମୟରେ କୃଷ୍ଣଚନ୍ଦ୍ରଙ୍କ ପରିବାର ପକ୍ଷରୁ ବନ୍ଧୁକ ଓ ଖଣ୍ଡା ଦେଖାଇ ଜୀବନରୁ ମାରି ଦେବାର ଧମକ ଦିଆଯାଇଛି ବୋଲି ଲେଲିନଙ୍କ ସାନଭାଇ ନୀଳମାଧବ ନୀଳଗିରି ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରହିଛି। ସେପଟେ ଆକ୍ରମଣରେ ଗୁରୁତର ହୋଇଥିବା ସରପଞ୍ଚଙ୍କ ପୁଅଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଏହି ଆକ୍ରମଣକୁ କେନ୍ଦ୍ରକରି ଗୁହାଳିଆ ଗାଁରେ ଉତ୍ତେଜନା ଲାଗି ରହିଛି । ସୂଚନା ଯେ, ନିରଞ୍ଜନ ବାରିକ କ୍ରମାଗତଭାବେ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେଉଥିବା ଯୋଗୁ ବିରୋଧୀ ଏଥିରେ ହିଂସା ପରାୟଣ ହୋଇ ଆକ୍ରମଣ କରୁଛନ୍ତି ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking