32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍‌ଙ୍କୁ ପୁଣି ଆକ୍ରମଣ, ଲଣ୍ଡନରେ ପହଞ୍ଚିଲେ ୨୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ

ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍‌ଙ୍କୁ ପୁଣି ଆକ୍ରମଣ, ଲଣ୍ଡନରେ ପହଞ୍ଚିଲେ ୨୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନୀ ମୁସଲିମ ଲିଗର ପ୍ରତିଷ୍ଠାତା ନୱାଜ ସରିଫଙ୍କ ବ୍ରିଟେନ କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଏହି ଘଟଣାରେ ୨୦ ରୁ ଅଧିକ ଆକ୍ରମଣକାରୀ ସମ୍ପୃକ୍ତ ଥିଲେ। ଯାହା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ବିଷୟରେ କୁହାଯାଉଛି । ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ନୱାଜଙ୍କ ଉପରେ ଏହା ଦ୍ୱିତୀୟ ଆକ୍ରମଣ ଥିଲା, ଏହା ପୂର୍ବରୁ ରବିବାର ମଧ୍ୟ ଜଣେ ବ୍ୟକ୍ତି ତାଙ୍କ ଉପରକୁ ମୋବାଇଲ ଫିଙ୍ଗି ତାଙ୍କ ଅଙ୍ଗରକ୍ଷୀଙ୍କୁ ଆଘାତ ଦେଇଥିଲା। ନୱାଜଙ୍କ ଲଣ୍ଡନ ଅଫିସ୍ ବାହାରେ ହିଂସା ଓ ଗଣ୍ଡଗୋଳ ଘଟିଥିବା ଭିଡିଓ ଏବେ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ୍ ହେଉଛି । କିଛି ଲୋକଙ୍କୁ ମାଡ ମରାଯାଉଥିବା ବେଳେ ଯେଉଁ ଗାଡିରେ ଆକ୍ରମଣକାରୀମାନେ ଆସିଥିଲେ ସେମାନଙ୍କ ଉପରେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ପତାକା ରହିଥିଲା। କେତେକ ମାସ୍କ ମଧ୍ୟ ପିନ୍ଧିଥିଲେ ।
ନୱାଜଙ୍କ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରୁ ୫ ଜଣ ଏହି ଆକ୍ରମଣର ଶିକାର ହୋଇ ମେଡିକାଲ୍‌ରେ ଭତ୍‌ର୍ତ୍ତି ହୋଇଛନ୍ତି । ଭିଡିଓରେ, ସମସ୍ତେ ‘ହତ୍ୟା-ହତ୍ୟା’ କହୁଥିବା ଦେଖିବାକୁ ମିଳିଛି । ଭିଡିଓରେ ବ୍ରିଟେନର ପୋଲିସ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking