ସାନଖେମୁଣ୍ଡି : ପାଟପୁର ଥାନା ଇଲାକାରେ ତମାଖୁଜାତ ଦ୍ରବ୍ୟର ବେଆଇନ କାରବାର ଚାଲିଥିବା ବେଳେ ପୁଲିସ ଚଢ଼ଉ କରିଛି । ଏଠାରେ ତମାଖୁରୁ ମାୱା ମସଲା ଗୁଟ୍ଖା ଆଦି ପ୍ରସ୍ତୁତ ହୋଇ ବିଭିନ୍ନ ନାମୀଦାମୀ କମ୍ପାନୀର ଲେବଲ ଲଗାଇ ଗ୍ରାମାଞ୍ଚଳରେ ବିକ୍ରି ହେଉଥିଲା । ପାଟପୁର ପୋଲିସ ଶୁକ୍ରବାର ରାତିରେ ଡେଙ୍ଗାଉସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଗାଡ଼ିକୁ ସନ୍ଦେହରେ ଅଟକାଇ ପଚରା ଉଚୁରା କରିବା ବେଳେ ଗୁଟ୍ଖା ଫ୍ୟାକ୍ଟ୍ରିଂ ସମ୍ପର୍କରେ ସୂଚନା ପାଇଥିଲା । ଏସ. ଟିକରପଡ଼ା ଗ୍ରାମ ଗଣେଶନଗରଠାରେ ଏକ ଘରେ ବେଆଇନ ମାୱା ମସଲା ଓ ଗୁଟ୍ଖା ପ୍ରସ୍ତୁତ କାରଖାନା ଥିବା ଜାଣିଥିଲା ।
ପୋଲିସ ସେଠାରେ ପହଞ୍ôଚ ମସଲା ପ୍ରସ୍ତୁତ ମେସିନ, ମୋଟର ସମେତ ବିପୁଳ ପରିମାଣର ବସ୍ତା ବସ୍ତା ତମାଖୁ, ପାନମହୁରି, ଗୁଣ୍ଡଗୁଆ, ଧନିଆ, ଗୁଟ୍ଖା ପାଉଡର ୫୫୫ ଲେବୁଲ୍ର ବିପୁଳ ମାୱା ମସଲା ପ୍ୟାକେଟ, ପ୍ଲାଷ୍ଟିକ ଜାର ବୋତଲ, ବିଭିନ୍ନ କେମିକାଲ ପାଉଡର ଆଦି ଜବତ କରିଛି । ଏନେଇ ୫୦/୨୨ରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଶେରଗଡ଼ ଥାନା କୁରୁଳା ଗ୍ରାମର ଶିବଶଙ୍କର ପଣ୍ଡିତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେେଇ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ଉମାଶଙ୍କର ସିଂ ପ୍ରକାଶ କରିଛନ୍ତି । ଆଇଆଇସି ସବ୍ୟସାଚୀ ମଲ୍ଲ, ଏସଆଇ ଟୁନା ପିଡ଼ିକା ପ୍ରମୁଖ ଉପସ୍ଥିତ ଥିଲେ ।