ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତାଙ୍କ ଉପରକୁ ଆକ୍ରମଣ । ବୁଧବାର ଦିନ ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ଜନଶୁଣାଣି ସମୟରେ ରେଖା ଗୁପ୍ତାଙ୍କୁ ଆକ୍ରମଣ ହୋଇଛି । ଅଭିଯୁକ୍ତ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଅଧିକାରୀଙ୍କ କହିବା ଅନୁଯାୟୀ, ଯେତେବେଳେ ଜନଶୁଣାଣି ଚାଲିଥିଲା ୩୫ ବର୍ଷୀୟ ବ୍ୟକ୍ତି ଜଣକ ହାତରେ କାଗଜ ପତ୍ର ଧରି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ । ଜନଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିବା ସହ ଦୁର୍ବ୍ୟବହାର କରିଥିଲେ ।ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇଛି । ଅଟକ ରଖି ପଚରା ଉଚରା କରୁଥିବା ବେଳେ ଆକ୍ରମଣର କାରଣ ଜଣାପଡିନି । ଘଟଣାକୁ ଦିଲ୍ଲୀ ବିଜେପି ନିନ୍ଦା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି ନେଇ ବିରାଟ ପ୍ରଶ୍ନ ଉଠିଛି । ବ୍ୟକ୍ତି ଜଣକ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କଲେ ସେ ବିଷୟରେ ପୋଲିସ ତଦନ୍ତ କରୁଛି।










