24.1 C
Bhubaneswar
Sunday, October 20, 2024
Homeଅପରାଧଏଟିଏମ୍ ତାଡ଼ିନେଲେ ଦୁର୍ବୃତ୍ତ: ଥିଲା ୨୦ରୁ ୨୫ ଲକ୍ଷ

ଏଟିଏମ୍ ତାଡ଼ିନେଲେ ଦୁର୍ବୃତ୍ତ: ଥିଲା ୨୦ରୁ ୨୫ ଲକ୍ଷ

ଭୁବନେଶ୍ୱର: ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଲୁଟ୍ ଉଦ୍ଦେଶ୍ୟରେ ଏକ ଏଟିଏମ୍ ମେସିନ୍‌କୁ କାଟି ନେଇଛନ୍ତି ଦୁର୍ବୃତ୍ତ । ୨୦ରୁ ୨୫ ଲକ୍ଷ ଟଙ୍କା ଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଥିବା ବେଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଖୋଳତାଡ଼ ଆରମ୍ଭ କରିଛି । ଲୁଟେରାମାନେ ପ୍ରଥମେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ପରେ ଏଟିଏମ୍‌କୁ କାଟି ନେଇଥିବା ବଳେ ବାହାରେ ଟେଣ୍ଟ୍ ହାଉସ୍‌ରେ ବ୍ୟବହୃତ କିଛି କପଡ଼ା ଠାବ କରିଛି ପୁଲିସ୍ । ତେବେ ଗତକାଲି ମଧ୍ୟରାତ୍ର ତଥା ଭୋର୍ ୩ ଟାରୁ ୪ଟା ମଧ୍ୟରେ ଏହି ଲୁଟ୍ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍ ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ଦିଗକୁ ଭିତ୍ତି କରି ଯାଞ୍ଚ କରିଛି । ଏହାସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚରା କରି ତଦନ୍ତ ଆଗକୁ ବଢ଼ାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking