27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଆତିକ୍‌-ଅସ୍ରଫ୍ ହତ୍ୟା ମାମଲା; କାଲ୍‌ଭିନ୍ ହସ୍ପିଟାଲ୍‌ରେ ଏସ୍‌ଆଇଟି ଦ୍ୱାରା ସିନ୍ ରିକ୍ରିଏଟ୍‌

ଆତିକ୍‌-ଅସ୍ରଫ୍ ହତ୍ୟା ମାମଲା; କାଲ୍‌ଭିନ୍ ହସ୍ପିଟାଲ୍‌ରେ ଏସ୍‌ଆଇଟି ଦ୍ୱାରା ସିନ୍ ରିକ୍ରିଏଟ୍‌

ପ୍ରୟାଗରାଜ: ପ୍ରୟାଗରାଜର କାଲ୍‌ଭିନ୍ ହସ୍ପିଟାଲ୍ ପରିସରରେ ଏସ୍‌ଆଇଟି ଗୁରୁବାର ଅପରାହ୍ଣରେ ମାଫିଆ ଆତିକ୍ ଅହମ୍ମ ଓ ଅସ୍ରଫ୍‌ର ହତ୍ୟାର ସିନ୍ ରିକ୍ରିଏଟ୍ କରାଇଛି । ଏଠାରେ ଦୁଇଜଣ ଯୁବକଙ୍କୁ ଆତିକ୍ ଓ ଅସ୍ରଫ୍ କରାଯାଇଥିଲା । ମିଡିଆ କର୍ମୀ ଭାବେ ଆସି ଶୁଟର୍ ଯେପରି ଆତିକ୍ ଓ ଅସ୍ରଫ୍‌ଙ୍କୁ ଗୁଳି କରିଥିଲେ, ଠିକ୍ ସେହିପରି ସିନ୍ ଦୋହରା ଯାଇଥିଲା ।

ଏହାପରେ ଆତିକ୍ ଓ ଅସ୍ରଫ୍ ଅଭିନୟ କରୁଥିବା ଦୁଇ ଯୁବକ ଭୂମିରେ ଟଳିପଡ଼ି ଛଟପଟ ହୋଇଥିଲେ । ସିନ୍ ରିକ୍ରିଏଟ୍ କରିବା ଫଳରେ ଘଟଣାର ପରିସ୍ଥିତିକୁ ଜାଣିବାରେ ସହାୟତା ମିଳିଥାଏ । ଏହି ଅବସରରେ ଏସ୍‌ଆଇଟି ଟିମ୍ ସହିତ ଜିଡିସିଆଲ୍ କମିଶନ୍ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ଗତ ଶନିବାର ରାତିରେ ପ୍ରୟାଗରାର କାଲ୍‌ଭିନ୍ ହସ୍ପିଟାଲ୍‌ରେ ଆତିକ୍ ଓ ଅସ୍ରଫ୍‌ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଗୁରୁବାର ହସ୍ପିଟାଲ୍‌ରେ ପହଞ୍ଚିଥିବା ଏସ୍‌ଆଇଟି ଓ ଜୁଡିସିଆଲ୍ କମିଶନ୍‌ର ସଦସ୍ୟମାନେ ଘଟଣାସ୍ଥଳ ଯାଞ୍ଚ୍ କରିଥିଲେ । ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ହସ୍ପିଟାଲ୍ ଭିତର ସ୍ଥିତି ମଧ୍ୟ ଦେଖିଥିଲେ । ପୁଲିସ କମିଶନରଙ୍କ ଠାରୁ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ ।

ବୁଧବାର ୪ ଦିନ ରିମାଣ୍ଡ୍‌ରେ ନେବାପରେ ପୁଲିସ୍ ଲାଇନ୍‌ରେ ଡିସିପି ସତୀଶ ଚନ୍ଦ୍ର, ଏସ୍‌ପି ସତ୍ୟେନ୍ଦ୍ର ତିୱାରୀ ଏବଂ ଇନ୍ସପେକ୍ଟର ଓମ୍ ପ୍ରକାଶ ସାରାଦିନ ତିନି ଶୁଟର୍ ଲବଲେଶ ତିୱାରୀ, ସନି ସିଂହ ଓ ଅରୁଣ ମୋର୍ଯ୍ୟଙ୍କୁ ପଚରା ଉଚରା କରିଥିଲେ । ଏହି ଅବସରରେ ସେମାନେ ନୂଆ ଖୁଲାସା କରିଥିଲେ । ତୁର୍କୀ ମେଡ୍ ଜିଗାନା ପିସ୍ତଲ୍ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ସେମାନଙ୍କୁ କାନପୁରର ଅପରାଧୀ ବାବର ଦେଇଥିବା ସେମାନେ କହିଥିଲେ । ତେବେ ହତ୍ୟାକାଣ୍ଡ ପଛରେ କାହାରି ଭୂମିକା ନାହିଁ ବୋଲି କହିବା ସହିତ ନାଁ କମାଇବା ପାଇଁ ଆତିକ୍ ଓ ଅସ୍ରଫ୍‌ଙ୍କୁ ହତ୍ୟା କରିଥିବା ସେମାନେ ପୁଣିଥରେ ଦୋହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking