ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ଅତନୁ ସବ୍ୟସାଚି ନାୟକ । ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଅଛନ୍ତି ଅତନୁ ସବ୍ୟସାଚି ନାୟକ । ମନ୍ତ୍ରୀମଣ୍ଡଳରୁ ରୋହିତ ପୂଜାରୀ ବାଦ ପଡିଛନ୍ତି । ମନ୍ତ୍ରୀମଣ୍ଡଳକୁ ବାଦଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ । ରାଜ୍ୟପାଳଙ୍କୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ଖରାପ ହେବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫ ଜୁନ ୨୦୨୨ରେ ମନ୍ତ୍ରୀ ଭାବେ ନେଇଥିଲେ ଶପଥ । ଉଚ୍ଚଶିକ୍ଷା ବିଭାଗରେ ଗୋଟିଏ ବର୍ଷ ସଠିକଭାବେ ଦାୟିତ୍ୱ ନେଇପାରିନଥିଲେ,ଯାହାଦ୍ୱାରା ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ପକାଯାଇଛି ବୋଲି କୁହାଯାଉଛି ।