27.8 C
Bhubaneswar
Tuesday, July 9, 2024
Homeଦେଶ ବିଦେଶବିବାହ ମଣ୍ଡପରେ ବଧୂଙ୍କ ହାତରେ ବରଣମାଳା ଦେଖି ପ୍ରେମିକ କହିଲେ ଏଭଳି କଥା....

ବିବାହ ମଣ୍ଡପରେ ବଧୂଙ୍କ ହାତରେ ବରଣମାଳା ଦେଖି ପ୍ରେମିକ କହିଲେ ଏଭଳି କଥା….

ନୂଆଦିଲ୍ଲୀ: ବିବାହ ସମୟରେ ଅନେକ ଘଟଣା ଘଟିଥାଏ । ଏଥିମଧ୍ୟରୁ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ ତ ଆଉ କେତେବେଳେ ହସ । ନିକଟରେ ବିବାହ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିରେ ଦେଖିବାକୁ ମିଳୁଛି, ବିବାହ ମଣ୍ଡପରେ ବର ଓ ବଧୂ ଛିଡ଼ା ହୋଇଛନ୍ତି । ବଧୂ ହାତରେ ବରଣମାଳା ଧରିଛନ୍ତି । ଏହି ସମୟରେ ତାଙ୍କ ପ୍ରେମିକ ବିବାହ ମଣ୍ଡପରେ ପ୍ରବେଶ କରୁଛନ୍ତି। ପ୍ରେମିକଙ୍କୁ ବିବାହ ମଣ୍ଡପରେ ଦେଖି ବଧୂ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରେମିକାଙ୍କ ହାତରେ ବରଣମାଳା ଦେଖି ପ୍ରେମିକ କହୁଛନ୍ତି, କାଜଲ ତୁମେ ମୋତେ ଭଲ ପାଅ କି ନାହିଁ ତୁମେ ଏଠାରେ ଥିବା ଲୋକେ କ’ଣ କହିବେ କ’ଣ ଭାବିବେ ସେ କଥା ଚିନ୍ତା କରନାହିଁ । ମୁଁ ତୁମକୁ ପ୍ରକୃତରେ ଭଲପାଏ, ଏକଥା ତୁମେ ଜାଣିଛ । ତୁମେ କୁହ ତ ମୋତେ ଭଲପାଅ କି ନାହିଁ ।’ ଯୁବକଙ୍କଠାରୁ ଏଭଳି କଥା ଶୁଣି ଯୁବତୀ କହିଥିଲେ, ‘ତୁମେ କିଏ ମୁଁ ଜାଣିନାହିଁ । ଭଲ ପାଇବା ତ ଦୂରର କଥା ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking