27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶବିବାହ ସମୟରେ କନ୍ୟାର ହୃଦଘାତ ହେବାରୁ ସାନ ଭଉଣୀଙ୍କୁ ବାହା ହେଲା ବର

ବିବାହ ସମୟରେ କନ୍ୟାର ହୃଦଘାତ ହେବାରୁ ସାନ ଭଉଣୀଙ୍କୁ ବାହା ହେଲା ବର

ଗୁଜୁରାଟ: ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହି କହିପାରିବେ ନାହିଁ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ସେଦିନ ଦେଖିବାକୁ ମିଳିଥିଲା ଗୁଜୁରାଟର ଭାବନଗର ଅଂଚଳରେ । ଗୀତ ନାଚର ତାଳେ ତାଳେ ବିବାହ ଉତ୍ସବ ମହା ଆଡମ୍ବରରେ ଚାଲୁଥିବା ବେଳେ ମଣ୍ଡପ ଉପରେ ହଠାତ୍ କନ୍ୟା ବେହୋଷ ହୋଇ ପଡିଥିଲେ । କନ୍ୟାକୁ ମେଡିକାଲ ନେଲାପରେ ଜଣାପଡିଲା ଯେ ସେ ଆଉ ଇହ ଧାମରେ ନାହାଁନ୍ତି ।

ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗୁଜୁରାଟ ଭଗବାନେଶ୍ୱର ମହାଦେବ ମନ୍ଦିରରେ ଜିନାଭାଇ ରାଠୋରଙ୍କ ଝିଅ ହେଟାଲଙ୍କ ବାହାଘର ଆଲଗୋତାର ନରି ଗ୍ରାମର ରନାଭାଇ ବୁଟାଭାଇଙ୍କ ପୁଅ ବିଶାଲଙ୍କ ସହ ଅନୁଷ୍ଠିତ ହେଉଥିବା ବେଳେ ଘଟିଥିଲା ଏହି ଅଘଟଣ । ଗୋଟିଏ ପକ୍ଷରେ ପରିବାର ଦୁଃଖରେ ଭାଙ୍ଗିପଡିଥିବାବେଳେ ସାନ ଝିଅ ସହ ବରକୁ ବିବାହ ଦେବା ପାଇଁ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟମାନେ ପ୍ରସ୍ତାବ ଦେଇଥିଲେ । ଫଳରେ ସାନ ଝିଅ ସହ ବିବାହ ଅନୁଷ୍ଠିତ ହୋଇଥିଲା । ଭବାନଗର କର୍ପୋରେଟର ଓ ସମସ୍ତ ଗ୍ରାମଲୋକଙ୍କ ଅନୁରୋଧ କ୍ରମେ ବଡ ଝିଅଙ୍କୁ କୋଲ୍ଡ ଷ୍ଟୋରରେ ରଖି ବିବାହ କାର୍ଯ୍ୟ ସମାପନ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲେ ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking