ଭୁବନେଶ୍ୱର: ହୋଟେଲରେ ଅପରାଧିକ କାର୍ୟ୍ୟକଳାପରେ ରୋକ ଲଗାଇବା ଲାଗି କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବାକୁ କମିଶନରେଟ ପୁଲିସ ଯୋଜନା କରିଛି।
ସରାଇ ଆପ୍ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲଗୁଡ଼ିକରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ସୂଚନା ଅନୁଯାୟୀ, ରାଜଧାନୀର ଷ୍ଟେସନ, ମାଷ୍ଟର କ୍ୟାଣ୍ଟିନ, କଟକ ରୋଡ଼, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ଓ ଖାରବେଳନଗର ଅଞ୍ଚଳରେ ଥିବା ହୋଟେଲଗୁଡ଼ିକରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଆପ ଅଧୀନରେ ରେଜିଷ୍ଟର କରିନଥିବାରୁ ସେମାନଙ୍କୁ ତାଗିଦ କରାଯାଇଥିବା ଜଣାଯାଇଛି। ସେଫ ସିଟି ଡ୍ରାଇଭ ଅଧୀନରେ ସହରବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।