17.1 C
Bhubaneswar
Tuesday, February 3, 2026
Homeଓଡିଶାସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ

ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ

ଭୁବନେଶ୍ୱର : ବିଧାନସଭାର ଚାଲିଥିବା ଶୀତ ଅଧିବେଶନ ଆଜି ଦଶମ ଦିନରେ ପହଞ୍ଚିଛି । ଗୃହ କାର୍ଯ୍ୟ ଆରମ୍ଭରୁ ଆଜିର ବାତାବରଣ ବେଶ୍ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ବିଶେଷକରି ଆଜିର ପ୍ରଶ୍ନକାଳ କାର୍ଯ୍ୟକ୍ରମ କୌଣସି ବାଧାବିଘ୍ନ ନ ଥାଇ ସୁରୁଖୁରୁରେ ଚାଲିଛି । ବିଧାୟକମାନେ ରାଜ୍ୟର ବିଭିନ୍ନ ମୌଳିକ ସମସ୍ୟା ଉପରେ ପ୍ରଶ୍ନ କରୁଛନ୍ତି ଏବଂ ବିଭାଗୀୟ ମନ୍ତ୍ରୀମାନେ ଏହାର ଯଥାଯଥ ଉତ୍ତର ରଖୁଛନ୍ତି ।ତେବେ ଆଜିର ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ଗୃହ, ଅର୍ଥ, ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଭଳି ପ୍ରମୁଖ ବିଭାଗଗୁଡ଼ିକର ପ୍ରଶ୍ନକାଳ ରହିଛି । ବିରୋଧୀ ଦଳର ସଦସ୍ୟମାନେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟସେବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ସରକାରଙ୍କୁ ଘେରିବା ପାଇଁ ପୂରା ପ୍ରସ୍ତୁତ ରହିଛନ୍ତି । ଫଳରେ ଆଜି ମଧ୍ୟ ଅପରାହ୍ନ ଅଧିବେଶନ ସରଗରମ ରହିବାର ସମ୍ଭାବନା ରହିଛି । ଆଜି ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking