28.1 C
Bhubaneswar
Friday, September 27, 2024
Homeଓଡିଶାରାଜ୍ୟପାଳଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ରାଜ୍ୟପାଳଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଶୁକ୍ରବାର ଦିନିକିଆ ଗସ୍ତରେ ଆସି ଶ୍ରୀ ବିଶ୍ୱଶର୍ମା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଛନ୍ତି । ରାଜଭବନକୁ ଆସି ଶ୍ରୀ ବିଶ୍ୱଶର୍ମା ରାଜ୍ୟପାଳଙ୍କୁ ଭେଟିଛନ୍ତି । ଶ୍ରୀ ବିଶ୍ୱଶର୍ମା ଏବେ ଝାଡ଼ଖଣ୍ଡ ପାଇଁ ବିଜେପି ପ୍ରଭାରୀ ଅଛନ୍ତି । ରାଜ୍ୟପାଳ ରଘୁବର ଦାସ ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିଲେ । ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ଥିବାରୁ ଉଭୟଙ୍କ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ହିମନ୍ତ ବିଶ୍ୱଶର୍ମା ଦିନିକିଆ ଗସ୍ତରେ ଆସି ଆଜି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । । ସେଠାରୁ ସେସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷତ କରିଥିଲେ। ପାଖାପାଖି ଘଣ୍ଟାଏ ଧରି ରାଜଭବନରେ ରହିଥିଲେ ହିମନ୍ତ ବିଶ୍ୱଶର୍ମା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking