18.1 C
Bhubaneswar
Monday, November 25, 2024
Homeଖେଳଏସିଆନ୍ ଚାମ୍ପିଅନ୍‌ଶିପ୍‌: ରବି ଦହିୟାଙ୍କ ରେକର୍ଡ, ଲଗାତାର ତୃତୀୟ ସ୍ୱର୍ଣ୍ଣ ବିଜୟ

ଏସିଆନ୍ ଚାମ୍ପିଅନ୍‌ଶିପ୍‌: ରବି ଦହିୟାଙ୍କ ରେକର୍ଡ, ଲଗାତାର ତୃତୀୟ ସ୍ୱର୍ଣ୍ଣ ବିଜୟ

ଉଲାନ୍‌ବାଟାର୍ : ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଭାରତୀୟ ରେସ୍‌ଲର୍ ରନିବ କୁମାର ଦହିୟା ଏଠାରେ ଚାଲିଥିବା ଏସିଆନ୍ ଚାମ୍ପିଅନ୍‌ଶିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶନିବାର ଅନୁଷ୍ଠିତ ପୁରୁଷ ଫ୍ରିଷ୍ଟାଇଲ୍ ୫୭ କେଜି ବର୍ଗର ଫାଇନାଲ୍‌ରେ ରବି କଜାଖ୍‌ସ୍ତାନର କଲ୍‌ଜନ୍ ରଖତ୍‌ଙ୍କୁ ୧୨-୨ରେ ହରାଇ ସ୍ୱର୍ଣ୍ଣ ଉପରେ କବ୍‌ଜା କରିଛନ୍ତି । ଏହା ଏସିଆନ୍ ଚାମ୍ପିଅନ୍‌ଶିପ୍‌ରେ ତାଙ୍କର ଲଗାତାର ତୃତୀୟ ସ୍ୱର୍ଣ୍ଣ ବିଜୟ । ଏହି କୀର୍ତ୍ତିମାନରେ ସେ ପ୍ରଥମ ଭାରତୀୟ ଫ୍ରିଷ୍ଟାଇଲ୍ ରେସ୍‌ଲର୍ ହୋଇଛନ୍ତି । ଫେବୃଆରୀରେ ଡାନ୍ କୋଲୋଭ୍‌ରେ ରୌପ୍ୟ ପଦକ ଜିତିଥିବା ରବିଙ୍କର ଏହା ଚଳିତ ସିଜନ୍‌ର ଦ୍ୱିତୀୟ ଫାଇନାଲ୍ ଥିଲା । ସୋନିପତ୍‌ର ନାହରି ବାସିନ୍ଦା ରବି ଫାଇନାଲ୍ ପର୍ଯ୍ୟନ୍ତ ଯାତ୍ରାରେ ନିଜ ଶାରୀରିକ ଦକ୍ଷତା ଓ ରଣନୀତିକ କୌଶଳର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ ।

ସେ ଜାପାନର ରିକୁତୋ ଅରାଇ (ଭିଏସ୍‌ଯୁ)ଙ୍କୁ ମାତ୍ ଦେବା ସହ ଫାଇନାଲ୍ ପୂର୍ବରୁ ମଙ୍ଗୋଲିଆର ଜାନାବଜାର ଜାଣ୍ଡାନ୍‌ବୁଡ୍‌ଙ୍କୁ ୧୨-୫ର ବିରାଟ ଅନ୍ତରରେ ହରାଇଥିଲେ । ରବି ୨୦୨୦ରେ ଦିଲ୍ଲୀ ଏବଂ ଗତବର୍ଷ ଅଲ୍‌ମାଟିରେ ହୋଇଥିବା ଏସିଆନ୍ ଚାମ୍ପିଅନ୍‌ଶିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ୍ ବିଜେତା ବଜରଙ୍ଗ ପୁନିଆ ୬୫ କେଜି ଫାଇନାଲ୍‌ରେ ଇରାନ୍‌ର ରହମାନ୍ ମୌସାଙ୍କ ଠାରୁ ୧-୨ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

ଏହା ଏସିଆନ୍ ଚାମ୍ପିଅନ୍‌ଶିପ୍‌ରେ ବଜରଙ୍ଗଙ୍କ ଅଷ୍ଟମ ପଦକ । ୭୯ କେଜି ବର୍ଗରେ ଗୌରବ ବାଲିୟାନ୍ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ୍‌ରେ ଇରାନ୍ ପ୍ରତିଦ୍ୱନ୍ଦ୍ୱୀ ଅଲୀ ବଖ୍‌ତିଆର୍ ସାଭାଦ୍‌କୌହିଙ୍କ ବିପକ୍ଷରେ ସ୍କୋର୍ ୯-୯ରେ ଟାଇ କରିଥିବା ବେଳେ ହାଇ ସ୍କୋରିଂ ମୁଭ୍ ଆଧାରରେ ଇରାନ୍ ରେସ୍‌ଲର୍ ବିଜୟୀ ହୋଇଥିଲେ । ସେହିପରି ସିନିୟର୍ ପଦାର୍ପଣ କରିଥିବା ନବୀନ (୭୦ କେଜି) ଓ ଭେଟେରାନ୍ ସତ୍ୟବ୍ରତ କାଦିଆନ୍ (୯୭ କେଜି) ବ୍ରୋଞ୍ଜ୍ ପଦକ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking