25.1 C
Bhubaneswar
Monday, October 21, 2024
Homeଖେଳଏସିଆ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ଶିପ୍‌; କ୍ୱାର୍ଟର୍‌ରେ ପ୍ରଣୟ ଓ ସିନ୍ଧୁ

ଏସିଆ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ଶିପ୍‌; କ୍ୱାର୍ଟର୍‌ରେ ପ୍ରଣୟ ଓ ସିନ୍ଧୁ

ଦୁବାଇ: ଏଠାରେ ଚାଲିଥିବା ଏସିଆ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ଶିପ୍‌ରେ ଭାରତର ପ୍ରମୁଖ ସିଙ୍ଗଲ୍ସ ଖେଳାଳି ଏଚ୍‌ଏସ୍ ପ୍ରଣୟ ଓ ପିଭି ସିନ୍ଧୁ କ୍ୱାର୍ଟର୍ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି । କିନ୍ତୁ ଦେଶର ଅନ୍ୟତମ ତାରକା ଶଟଲର୍ କିଦାମ୍ବୀ ଶ୍ରୀକାନ୍ତ ପରାଜୟ ସହ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ଅଷ୍ଟମ ସିଡେଡ୍ ଖେଳାଳି ପ୍ରଣୟ ଦୁଇ ଘଣ୍ଟା ୨ ମିନିଟ୍ ଅବଧି ବିଶିଷ୍ଟ ପ୍ରିକ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ଇଣ୍ଡୋନେସିଆର ଚିକୋ ଅରା ଡ୍ୱି ୱାରଡୋୟୋଙ୍କୁ ୧୬-୨୧, ୨୧-୫, ୧୮-୨୧ରେ ପରାସ୍ତ କରିଛନ୍ତି ।

କ୍ୱାର୍ଟର୍ ଫାଇନାଲ୍‌ରେ ସେ ଜାପାନର କାଣ୍ଟା ସୁନେୟାମାଙ୍କୁ ଭେଟିବେ । ସେହିପରି ସିନ୍ଧୁ ତାଙ୍କ ପ୍ରିକ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ଚୀନ୍‌ର ହାନ୍ ୟୁଏଙ୍କୁ ୩୩ ମିନିଟ୍‌ରେ ୨୧-୧୨, ୨୧-୧୫ରେ ପରାସ୍ତ କରିଛନ୍ତି । ସେ କ୍ୱାର୍ଟର୍ ଫାଇନାଲ୍‌ରେ କୋରିଆର ଆନ୍ ସେ ୟଙ୍ଗ୍‌ଙ୍କୁ ଭେଟିବେ । ଅନ୍ୟପକ୍ଷରେ ଶ୍ରୀକାନ୍ତଙ୍କୁ ଜାପାନର ଚତୁର୍ଥ ସିଡ୍ ଖେଳାଳି କୋଡାଇ ନାରାଓକା ୨୧-୧୪, ୨୦-୨୨, ୨୧-୯ରେ ପରାସ୍ତ କରି ପ୍ରତିଯୋଗିତାରେ ଶ୍ରୀକାନ୍ତଙ୍କ ଅଭିଯାନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ସେହିପରି ମିକ୍ସଡ ଡବଲ୍ସ ବିଭାଗରେ ଭାରତର ରୋହନ୍ କପୁର ଓ ଏନ. ସିକ୍କି ରେଡ୍ଡୀ ଯୋଡ଼ି କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହି ଯୋଡ଼ିର ମୁକାବିଲା ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ଚତୁର୍ଥ ସିଡ୍ କୋରିଆ ଯୋଡ଼ି ସିଓ ସିଉଙ୍ଗ୍ ଜାଏ-ଚାଏ ୟୁ ଜଙ୍ଗ୍‌ଙ୍କ ସହ ହେବାର ଥିଲା । କିନ୍ତୁ କୋରିଆ ଯୋଡ଼ି ଓହରିଯିବାରୁ ଭାରତୀୟ ଯୋଡ଼ିକୁ ୱାକ୍‌ଓଭର୍ ମିଳିଥିଲା । ଏହି ଭାରତୀୟ ଯୋଡ଼ି କ୍ୱାର୍ଟର୍ ଫାଇନାଲ୍‌ରେ ଇଣ୍ଡୋନେସିଆର ଡେଜାନ୍ ଫର୍ଡିନାନ୍‌ସିଆହ-ଗ୍ଲୋରିଆ ଏମାନୁଏଲ୍ ୱିଡଜାଜା ଯୋଡ଼ିଙ୍କୁ ଭେଟିବ ।

ଆହୁରି ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ-ଚିରାଗ୍ ଶେଟ୍ଟୀ ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ଜିନ୍ ୟୋଙ୍ଗ୍‌-ନା ସୋଙ୍ଗ୍ ସିଉଙ୍ଗ୍ ଯୋଡ଼ିକୁ ୨୧-୧୩, ୨୧-୧୧ରେ ହରାଇ କ୍ୱାର୍ଟର୍‌କୁ ଉନ୍ନୀତ ହୋଇଛନ୍ତି । କ୍ୱାର୍ଟର୍‌ରେ ଏହି ଯୋଡ଼ିର ମୁକାବିଲା ଇଣ୍ଡୋନେସିଆର ତୃତୀୟ ଯୋଡ଼ି ମହମ୍ମଦ ଏହସାନ୍‌-ହେଣ୍ଡ୍ରା ସେଟିଆୱାନ୍‌ଙ୍କ ସହ ହେବ । କିନ୍ତୁ ମିକ୍ସଡ ଡବଲ୍ସରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ଯୋଡ଼ି ବି. ସୁମିତ୍ ରେଡ୍ଡୀ-ଅଶ୍ୱିନୀ ପୋନ୍ନାପ୍ପାଙ୍କୁ ୧୫-୨୧, ୧୭-୨୧ ପରାଜୟ ସହ ପ୍ରତିଯୋଗିତାରୁ ବିଦାୟ ନେବାକୁ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking