26.1 C
Bhubaneswar
Saturday, October 19, 2024
Homeଅପରାଧଏଏସ୍‌ଆଇଙ୍କୁ ୨ ବର୍ଷ ଜେଲ

ଏଏସ୍‌ଆଇଙ୍କୁ ୨ ବର୍ଷ ଜେଲ

ଭୁବେନଶ୍ୱର: ଜେଲ ଯିବେ ଲାଞ୍ଚୁଆ ଏଏସ୍‌ଆଇ । ଭୁବେନଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀ ଏକ ଲାଞ୍ଚ କାରବାର ମାମଲାର ଶୁଣାଣୀ କରି ସମ୍ପୃକ୍ତ ଏଏସ୍‌ଆଇଙ୍କ ବିରୋଧରେ ରାୟ ପ୍ରକାଶ କରିଛନ୍ତି । ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆଉ ଅଧିକ ୩ ମାସ ସଜା କାଟିବାକୁ କୁହାଯାଇଛି । ଅଣ୍ଡର ସେକ୍ସନ୍ ୭ ,ପ୍ରିଭେନସନ୍ ଅଫ କରପସନ୍ ଆକ୍ଟ ୧୯୮୮ ଅନୁଯାୟୀ ଏହି ସଜା ଶୁଣାଯାଇଛି । ସମ୍ପୃକ୍ତ ପୂର୍ବତନ ଏଏସ୍‌ଅ।।ଇ ଜଣଙ୍କ ହେଲେ ଲକ୍ଷ୍ମୀଧର ପଣ୍ଡା ।

ଏଏସ୍‌ଆଇ ପଣ୍ଡା ବର୍ତ୍ତମାନ ବାଣପୁର ଥାନାରେ କାର୍ଯ୍ୟରତ । ସେ ଖୋର୍ଦ୍ଧା ଟାଉନ ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିଲା ବେଳେ ଏଭଳି ଘଟଣା ସାମ୍ନନାକୁ ଆସିଥିଲା । ତେବେ ୯ଜଣଙ୍କ ସାକ୍ଷ୍ୟ ଓ ଅନ୍ୟ ଦସ୍ତାବିଜ ଆଧାରରେ କୋର୍ଟ ରାୟ ପ୍ରକାଶ କରିଥିଲେ । ଏହି ମାମଲାକୁ ସରକାରୀ ଓକିଲ ହେମନ୍ତ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲା ଟାଉନ ଥାନା ଅଞ୍ଚଳରେ ୨୦୨୩ ମସିହାରେ ଏକ ଜମିଜମା ଗଣ୍ଡଗୋଳ ହୋଇଥିଲା । ଉକ୍ତ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସେ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ । ଏନେଇ ସମ୍ପୃକ୍ତ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ । ଏଏସ୍‌ଆଇ ଜଣଙ୍କ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ । ତାଙ୍କୁ ସଜା ଶୁଣାଯିବା ପରେ ଚାକିରିରୁ ବହିଷ୍କୃତ କରିବା ପାଇଁ ଉପଯୁକ୍ତ ବିଭାଗକୁ ଭିଜିଲାନ୍ସ ପକ୍ଷରୁ ଚିଠି ଲେଖିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking