28.1 C
Bhubaneswar
Thursday, September 19, 2024
Homeଖେଳଚେନ୍ନାଇ ଟେଷ୍ଟରେ ଅଶ୍ୱୀନ-ଜାଡେଜାଙ୍କ ରେକର୍ଡ ପାର୍ଟନରଶିପ

ଚେନ୍ନାଇ ଟେଷ୍ଟରେ ଅଶ୍ୱୀନ-ଜାଡେଜାଙ୍କ ରେକର୍ଡ ପାର୍ଟନରଶିପ

ଚେନ୍ନାଇ: ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଶତକ ହାସଲ କରିଥିବା ବେଳେ ଭାରତ ପାଇଁ ଦମଦାର ପ୍ରଦର୍ଶନ। ଅଶ୍ୱିନ ଚମତ୍କାର ଇନିଂସ ଖେଳିଛନ୍ତି। ସେ ରବୀନ୍ଦ୍ର ଜାଡେଜାଙ୍କ ସହ ୧୮୦ରୁ ଅଧିକ ରନ୍ କରିଛନ୍ତି। ଟିମ୍ ଇଣ୍ଡିଆ ଖରାପ ଆରମ୍ଭ କରିଥିଲା। କିନ୍ତୁ ଏହା ପରେ ଜାଡେଜା ଓ ଅଶ୍ୱିନ ଇନିଂସକୁ ହାତକୁ ନେଇ ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆର ସ୍କୋରକୁ ୩୦୦ ରନ୍ ଅତିକ୍ରମ କରିଛି। ଅଶ୍ୱିନଙ୍କ ଟେଷ୍ଟ କ୍ୟାରିୟରର ଏହା ଷଷ୍ଠ ଶତକ। ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଭାରତ ୬ ୱିକେଟ ବିନିମୟରେ ୩୩୯ ରନ ସଂଗ୍ରହ କରିଛି । ଅଶ୍ୱୀନ ୧୦୨ ଓ ଜାଡେଜା ୮୬ ରନ କରି ଅପରାଜିତ ରହିଛନ୍ତି । ଟେଷ୍ଟ କ୍ରିକେଟରେ ୨୦ ଥର ୫୦ରୁ ଊର୍ଦ୍ଧ୍ୱ ସ୍କୋର ଏବଂ ୩୦ ଥର ୫ରୁ ଅଧିକ ୱିକେଟ ହାସଲ କରି ଅଶ୍ୱୀନ ରେକର୍ଡ କରିଛନ୍ତି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଭାରତର ବଡ ସ୍କୋର କରିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଅଧିନାୟକ ରୋହିତ ଶର୍ମା(୬), ଶୁଭମନ ଗିଲ(୦), ବିରାଟ କୋହଲି(୬) ଓ କେଏଲ ରାହୁଲ ୧୬ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଯଶସ୍ୱୀ ଜୈସୱାଲ(୫୬), ରିଷଭ ପନ୍ତ ୩୯ ରନ ସଂଗ୍ରହ କରିଥିଲେ । ୧୪୪ ରନରେ ଟିମ ଇଣ୍ଡିଆର ୬ଟି ୱିକେଟର ପତନ ଘଟିଥିଲା । ଏହା ପରେ ଅଶ୍ୱୀନ ଓ ଜାଡେଜା ୭ମ ୱିକେଟରେ ୧୯୫ ରନର ଅପରାଜିତ ପାର୍ଟନରଶିପ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟରେ ପ୍ରଥମ ଦିବସରେ ଏହା ୭ମ ୱିକେଟରେ ସର୍ବାଧିକ ପାର୍ଟନରଶିପ । ପୂର୍ବରୁ ଜେସ ରାଇଡର ଓ ଡାନିଏଲ ଭିଟ୍ଟୋରୀ ଭାରତ ବିପକ୍ଷରେ ୧୮୬ ରନ ଯୋଗ କରିଥିଲେ । ବାଂଲାଦେଶ ପକ୍ଷରୁ ହାସନ ମେହମୁଦ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଅଶ୍ୱୀନଙ୍କ ଏହା ୪ର୍ଥ ଏବଂ ଓଭରାଲ ଷଷ୍ଠ ଶତକ । ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି କେବଳ ଭିଟ୍ଟୋରୀ(୫) ତାଙ୍କଠାରୁ ଅଧିକ ଶତକ ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking