ବ୍ୟୁରୋ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଲକ୍ଷ୍ନୌରେ ବିଶ୍ୱକପ ୨୦୨୩ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ ଟିମର ଚିନ୍ତା ବଢିଯାଇଛି । ଟିମ୍ ଏବେ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ୫ଟି ଯାକ ମ୍ୟାଚ୍ ଖେଳି ସବୁ ଜିତିଛି । ତେବେ ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି । ତେଣୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଖେଳିବେନି ଆଉ ଏଭଳି ସ୍ଥିତିରେ ରବିଚନ୍ଦ୍ରନ ଅଶ୍ୱିନ ସମ୍ଭାବ୍ୟ ଏକାଦଶରେ ସାମିଲ ହୋଇପାରନ୍ତି । ପାଣ୍ଡ୍ୟା ଏବେ ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀରେ ରହିଛନ୍ତି । ତାଙ୍କ ବାମ ଗୋଡ ଗୋଇଠିରେ ଆଘାତ ଲାଗିବା ଯୋଗୁଁ ପୁଲିବା ସମସ୍ୟା ରହିଛି । ତେଣୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍ ହୋଇପାରିବେ । ଆଉ ଟିମ୍ରେ ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏବଂ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିଥିଲା । ଆଉ ସାମି ମଧ୍ୟ ୫ଟି ଓ୍ଵିକେଟ ନେଇଥିଲେ ।ଲକ୍ଷ୍ନୌରେ ମ୍ୟାଚ ଥିବା ଯୋଗୁଁ ଅଶ୍ୱିନଙ୍କୁ ପ୍ରାଥମିକତା ଦିଆଯାଉଛି । ଲକ୍ଷ୍ନୌ ପିଚ୍ ବହୁତ ସ୍ଲୋ ରହିଛି । ତେଣୁ ଅଶ୍ୱିନଙ୍କୁ ଟିମରେ ସାମିଲ ନେଇ ଅନେକ ଚର୍ଚ୍ଚା ଚାଲିଛି । ଅଶ୍ୱିନ ଟିମ୍ ପାଇଁ ଶେଷ ଥର ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିଥିଲା । ଏପର୍ଯ୍ୟନ୍ତ ୧୧୬ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୫୬ଟି ଓ୍ଵିକେଟ ନେଇଛନ୍ତି । ଅଶ୍ୱିନଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୫ ରନ ଦେଇ ୪ ଓ୍ଵିକେଟ ନେଇଥିବା ରହିଛି । ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଆହତ ହୋଇଥିଲେ । ତାଙ୍କ ବାମ ଗୋଡରେ ଆଘାତ ଲାଗିଛି । ପାଣ୍ଡ୍ୟାଙ୍କ ସ୍କାନ କରାଯାଇଛି । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସେ ବିସିସିଆଇର ମେଡିକାଲ ଟିମ୍ ତତ୍ତ୍ୱାବଧାନରେ ଅଛନ୍ତି ।