28.1 C
Bhubaneswar
Sunday, October 6, 2024
Homeଅପରାଧଆଶିଷ ହତ୍ୟା ଘଟଣା: ୩ କୋର୍ଟଚାଲାଣ

ଆଶିଷ ହତ୍ୟା ଘଟଣା: ୩ କୋର୍ଟଚାଲାଣ

ବାଲିପାଟଣା : ବହୁ ଚର୍ଚ୍ଚିତ ଶିଶିଲୋ ଆଶିଷ ହତ୍ୟାକାଣ୍ଡ ଘଟଣାରେ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ କୁ ଚାଲାଣ କରାଯାଇଛି । ଏହି ଘଟଣାର ୩ୟ ଆସାମୀ ଫେରାର ଥିବାରୁ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଥିଲା । ଗତକାଲି ୩ୟ ଅଭିଯୁକ୍ତ ଦୁକ୍ଷଙ୍କନ୍ତ ତ୍କଳଜର ଧନ ବେହେରା (ସିପୁନ୍‌) ଟଙ୍କା ନେବା ପାଇଁ ଗ୍ରାମକୁ ଆସିଥିବା ବେଳେ କୌଣସି ସୂତ୍ରରୁ ଖବର ପ୍ଧବ ପୁଲିସ ତୁରନ୍ତ ସଦଳବଳେ ପହଁଂଚି ତାକୁ ଧରିବାକୁ ସକ୍ଷମ ହୋଇଥିଲା । ଗତ ରାତ୍ରିରେ ୩ ଆସିଢ଼ୀ ଙ୍କୁ ନେଇ ହତ୍ୟାକାଣ୍ଡ ସ୍ଥଳରେ ସିନ୍‌-ରିକ୍ରିସେନ୍ କରାଯାଇଥିଲା । ଆସାମୀ ମାନେ ସେମାନଙ୍କର ଦୋଷ ସସ୍ୱୀକାର କରିବା ସହିତ ହତ୍ୟା କରିବାର ଉଦ୍ୟେଶ୍ୟ ମଧ୍ୟ ପ୍ରକାଶ କରିଛନ୍ତି । ଏହା ଏକ ଯୋଜନାବନ୍ଧ ହତ୍ୟା କାଣ୍ଡ ଓ ହତାସ ପ୍ରେମିକର ନୃସଂସ ପ୍ରୟାସ ବୋଲି କୁହାଯାଇଛି । ଏହି ଘଟଣା ଘଟିବା ପରଠାରୁ ଏହି ଅଂଚଳରେ ଏହ । ପ୍ରଥମ ଘଟଣା ହୋଇଥିବାରୁ ଆଲୋଚନାର ବିଷୟବସ୍ତୁ ହୋଇଥିଲା ।

ଏକତରଫା ପ୍ରେମ କରୁଥିବା ରାଜ କିଶୋର ବେହେରା (ରାଜା) ଆଶିଷ ର ବଡ ଭଉଣୀ ର ବାହାଘର ସ୍ଥିର ହୋଇଯିବାରୁ ଅତ୍ୟନ୍ତ ଉଗ୍ର ହୋଇଯାଇଥିଲା । ଏଥିପାଇଁ ଯୋଜନା କରି ଆଶିଷ ର ଅନ୍ତରଙ୍ଗ ବନ୍ଧୁ ରାକେଶ ସେଠୀ (ବବୁଲ) ଏବଂ ଦୁର୍ଯ୍ୟୋଧନ ବେହେରା (ସିପୁନ୍‌) କୁ ସାଥି କରିଥିଲା । ଘଟଣା ଦିନ ସେମାନଙ୍କ ଡାକି ଧନୁଆ ନଦୀ କୂଳରେ ଫୋନ୍ କରି ଆଶିଷ କୁ ଡାକିବା ପରେ ତାକୁ ହଠାତ୍ ଆକ୍ରମଣ କରିଥିଲେ । ଭିଷଣ ମାଡ ମାରିବା ପରେ ତାର ମୃତ୍ୟୁ ନହେବାରୁ ଗାମୁଛାରେ ତାର ବେକକୁ ଚିପି ଧରିଥିଲେ । ତା ପରେ ମଧ୍ୟ ଆଶିଷ ର ମୃତ୍ୟୁ ହୋଇନଥିବା ଭାବି ବିଲ ମଧ୍ୟରେ କାଦୁଅରେ ତା’ର ମୁଣ୍ଡକୁ ପାଣି ମଧ୍ୟରେ ମାଡ଼ି ବସିଥିଲେ । ସେ ଛଟପଟ ହୋଇ ନିସ୍ତେଜ ହେବା ପରେ ତାକୁ ସେଠାରେ ଛାଡି ଘରକୁ ଫେରି ଆସିଥିଲେ ।

ଘରେ ବସି ଘଟଣା ସମ୍ପର୍କରେ ଟିଭିରେ ଦେଖିବା ସହିତ ସାଧାରଣ ଆଚରଣ ରଖିଥିଲେ । ଝିଅର ବାପା ପ୍ରମୋଦ ଗଣମାଧ୍ୟମରେ ହତ୍ୟା କାଣ୍ଡରେ ରାଜାର ସଂପୃକ୍ତି ଥିବା ଅଭିଯୋଗ କରିବା ପରେ ସେ ପୋଲିସ ସନ୍ଦେହ ଘେରକୁ ଆସିଥିଲା । ତୁରନ୍ତ ପୋଲିସ ସହଜରେ ତାକୁ ତା ଘରୁ ଉଠାଇ ଆଣିଥିଲା । ଏହାପରେ ତାର ଅନ୍ୟ ସହଯୋଗୀ ରାକେଶ ସେଠୀ କୁ ମଧ୍ୟ ପୋଲିସ ଉଠାଇ ଆଣି ଥାନାରେ ପଚରା କରିଥିଲା । ଇତ୍ୟବସରରେ ୩ୟ ଆସାମୀ ସିପୁନ୍ ଫେରାର ହୋଇଯାଇଥିଲା । ପୋଲିସ ହେଫାଜତ୍ ରେ ରାଜା ସମସ୍ତ ଘଟଣା ସ୍ୱୀକାର କରିବା ସହିତ ତାର ଉଦ୍ୟେଶ୍ୟ ମଧ୍ୟ ଜଣାଇଥିଲା । ତେବେ ୪ ଦିନରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଏବଂ ହତ୍ୟାକାଣ୍ଡ ଘଟଣାରୁ ପରଦା ଉଠାଇ ପାରିଛି । ପୋଲିସ ପାଇଁ ଏହା ବଡ ସଫଳତା ବୋଲି ଚର୍ଚ୍ଚା ହେଉଛି । ଘଟଣା ଘଟିବା ପରଠାରୁ ପୋଲିସ ପ୍ରାୟ ୫୦ ଜଣଙ୍କୁ ଉଠାଇ ଜେରା କରିଛି । ଆଶିଷ ମୃତ୍ୟୁରେ ସାରା ଶିଶିଲୋ ଗ୍ରାମ ସ୍ତବ୍ଧ ହୋଇଯାଇଛି । ଆଶିଷ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଝିଅ ବାହାଘର ସ୍ଥଗିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking