ଉଜ୍ଜୟିନୀ: ଟିମ୍ ଇଣ୍ଡିଆ ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ଶନିବାର ସକାଳେ ଉଜ୍ଜୟିନୀର ମହାକାଳ ମନ୍ଦିରରେ ଦର୍ଶନ କରିଛନ୍ତି । ଦୁହେଁ ସକାଳ ୪ଟା ବେଳେ ଭସ୍ମ ଆରତିରେ ଭାଗନେବା ସହିତ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ । ଆରତି ପରେ ଦୁହେଁ ମନ୍ଦିରର ଗର୍ଭଗୃହରେ ପଞ୍ଚାମୃତ ପୂଜନ ଅଭିଷେକ କରିଥିଲେ । ଏହି ଅବସରରେ ବିରାଟ ଧୋତି ପିନ୍ଧିଥିବା ବେଳେ ଗଳାରେ ରୁଦ୍ରାକ୍ଷ ମାଳା ଧାରଣ କରିଥିଲେ । ଏହା ସହିତ ମସ୍ତକରେ ଚନ୍ଦନର ତ୍ରିପୁଣ୍ଡ ଲଗାଇଥିଲେ । ଅନ୍ୟପକ୍ଷରେ ଅନୁଷ୍କାଙ୍କୁ ଗୋଲାପୀ ରଙ୍ଗର ଶାଢ଼ିରେ ଦେଖିବାକୁ ମିଳିଥିଲା । ଦୁହେଁ ନନ୍ଦୀ ହଲ୍ରେ ପ୍ରାୟ ଦେଢ଼ଘଣ୍ଟା ବସିଥିଲେ ।