27.1 C
Bhubaneswar
Sunday, September 29, 2024
Homeଓଡିଶାଅଶାନ୍ତ ଶିମିଳିପାଳ, ଭାଲୁ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

ଅଶାନ୍ତ ଶିମିଳିପାଳ, ଭାଲୁ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

ମୟୁରଭଞ୍ଜ:  ଅଶାନ୍ତ ହୋଇଛି ଶିମିଳିପାଳ ଜାତୀୟ ଅଭୟାରଣ୍ୟ। କେତେବେଳେ ହାତୀ ଶିକାର ତୋ ପୁଣି କେତେବେଳେ ବାଘ ଶିକାର ଆଉ କେତେବେଳେ ଭାଲୁ ଆକ୍ରମଣକୁନେଇ ଲାଗି ରହିଛି ଚର୍ଚ୍ଚା। ତେବେ ଗୋଟେପଟେ ଶିମିଳିପାଳ ଜୈବମଣ୍ଡଳ ସୁରକ୍ଷା ପାଇଁ କଣ ରହିଛି ସରକାରୀ ଆଇନ ବ୍ୟବସ୍ଥା ଅନ୍ୟପଟେ ଏହାର ସ୍ଥିତିରକ୍ଷା ପ୍ରଣିତ ଆଇନ କେତେ କାର୍ଯ୍ୟକ୍ଷମ ହେଉଛି ନା କେବଳ ବିଭାଗୀୟ ଅଧିକାରୀଙ୍କ ଅଫିସର ଚାରିକାନ୍ଥ ଭିତରେ ସୀମିତ ତାର ବାସ୍ତବ ସମୀକ୍ଷା ଜରୁରୀ ବୋଲି ବୁଦ୍ଧିଜୀବୀ, ପରିବେଶବିତ,ସାମାଜିକ ସଂଗଠନ ପକ୍ଷରୁ ମତପ୍ରକାଶ ପାଉଛି। ସେହିପରି ମୟୂରଭଞ୍ଜର ଗର୍ବ ଓ ଗୌରବ ଶିମିଳିପାଳ ଜୈବମଣ୍ଡଳର ବାସ୍ତବତା ଜିଲ୍ଲାର ସମସ୍ତ ନିର୍ବାଚିତ ସାଂସଦ, ବିଧାୟକଙ୍କୁ ଅଛପା ନ ଥିଲେ ମଧ୍ୟ ଏନେଇ ନୀରବତା ଅବଲମ୍ବନ ଅଧିକ ରହସ୍ୟ ସୃଷ୍ଟି କରୁଛି ବୋଲି ଆଲୋଚନା ହେଉଛି। ତେବେ ଡ୍ୟୁଟି ସମୟରେ ଭାଲୁ ଆକ୍ରମଣରେ ଦୁଇ ବନ କର୍ମଚାରୀ ଆହତ ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଘଟଣା ଘଟିଛି ଶିମିଳିପାଳର ପିଠାବଟା ପ୍ରବେଶ ଫାଟକ ଗେଟ୍ ଲୁଲୁଙ୍ଗ ନିକଟସ୍ଥ ଆମ୍ବଖାଦ ନିକଟରେ। ଗତକାଲି ଅପରାହ୍ନରେ ୩ଟି ଭାଲୁ ଆକ୍ରମଣ କରିଥିଲେ ଦୁଇ ବନ କର୍ମଚାରୀଙ୍କୁ। ସେମାନେ ହେଲେ ବେହାଲ ମହାନ୍ତ ଏବଂ ବୁଧୁରାୟ ହେମ୍ବ୍ରମ। ଉଭୟଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ବେହାଲ ମହାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୁଧୁରାୟ । ତାଙ୍କ ଘର ବାରିପଦା ସଦର ଥାନା ଗୋଡ଼ିପୋଖରି ଗାଁରେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking