ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହ ସମୀକ୍ଷା ପରେ ମନ୍ତ୍ରୀ ପ୍ରମିଳା ମଲ୍ଲୀକ ପ୍ରତିିକ୍ରିୟା ରଖିଛନ୍ତି । ସ୍କୁଲ ଓ ଅଙ୍ଗନୱାର୍ଡି ୧୬ ଯାଏଁ ବନ୍ଦ ଅଛି, ଖରା ବଢିଲେ ପୁଣି ନିଷ୍ପତ୍ତି ବଦଳାଯାଇପାରେ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । କଲେଜ ପରୀକ୍ଷା ଚାଲିଛି,ପରୀକ୍ଷା ସରିଲେ ଖରା ଦେଖି ନିଷ୍ପତ୍ତି ନଆଯିବ । ଶ୍ରମିକଙ୍କ ପାଇଁ ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ କାମ ବନ୍ଦ । ତଦାରଖ କରିବେ ଡିଏଲଓ । ବସ୍ରେ ଅଧିକ ଗହଳି ନକରିବାକୁ ପରିବହନ ବିଭାଗକୁ କୁହାଯାଇଛି । ବସ୍ରେ ବରଫ,ଓଆରଏସ୍,ପାଣି ମହଜୁତ ରଖିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଜଳଛତ୍ର ଖୋଲିବାକୁ ଓ ନଳକୂପ ମରାମତି ପାଇଁ କୁହାଯାଇଛି । ମେଡିକାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ୍ ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି ବୋଲି କପହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲୀକ ।