26.1 C
Bhubaneswar
Thursday, September 19, 2024
Homeଅପରାଧସୁପରଷ୍ଟାର ଶାହାରୁଖାନଙ୍କ ପୁଅ ଆୟରଖାନ୍ ଗିରଫ

ସୁପରଷ୍ଟାର ଶାହାରୁଖାନଙ୍କ ପୁଅ ଆୟରଖାନ୍ ଗିରଫ

ମୁମ୍ବାଇ:  ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆୟରଖାନ୍ ଖାନ ଗିରଫ । ରାତି ଅଧରେ ରେଭ୍ ପାର୍ଟିରେ ସାମିଲ ଥାଇ ଧରାପଡ଼ିଥିଲେ। ଆୟରଖାନଙ୍କ ସହ ମୋଟ ୮ ଜଣଙ୍କୁ ଧରିଥିଲା ଏନସିବି । ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ କ୍ରୁଜ୍ ଭିତରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ କରିଥିଲା । କ୍ରୁଜ୍ ରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଥିଲା । । ଏଥିରେ ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆୟରଖାନ୍ ଖାନଙ୍କ ସମେତ ୮ରୁ ୧୦ ଜଣଙ୍କୁ ହେପାଜତକୁ ନେଇଥିଲା । ବର୍ତ୍ତମାନ ଆୟରଖାନ୍ଙ୍କୁ ଏନସିବି ଗିରଫ କରିଛି । ଅଟକ ରଖାଯାଇଥିବା କିଛି ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ,  ଆୟରଖାନ୍ଙ୍କୁ ଏନସିବି ଅଟକ ରଖିବା ପରେ ଶାହରୁଖ ଖାନ୍ ଏବଂ ମନ୍ନତ୍ ରୁ କୌଣସି ପ୍ରକାରର ରିଆକ୍ସ ଦେଖିବାକୁ ମିଳିନି । କିନ୍ତୁ ଶାହରୁଖ ଖାନ, ପଠାନ୍ ଫିଲ୍ମରେ ଏକ ଗୀତର ଶୁଟିଂକୁ ବାତିଲ କରିଛନ୍ତି । ଅନ୍ୟପଟେ ଏହି ମାମଲାରେ ବଲିଉଡ୍ ର ଅନ୍ୟ ଷ୍ଟାର୍ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନଙ୍କ କହିବା କଥା ଯେ, ସେ ହେଉଛନ୍ତି ଜଣେ ପ୍ରାଇଭେଟ୍ ପର୍ସନ୍ । ବଡ଼ ବଡ଼ ପାର୍ଟିରେ ତାଙ୍କୁ ଖୁବ୍ କମ୍ ଦେଖିବାକୁ ମିଳେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking