23.1 C
Bhubaneswar
Monday, February 23, 2026
Homeଓଡିଶାବାଣ କାରଖାନାରେ ବିସ୍ଫୋରଣ, ଉଡିଗଲା ଛାତ

ବାଣ କାରଖାନାରେ ବିସ୍ଫୋରଣ, ଉଡିଗଲା ଛାତ

ଭୁବନେଶ୍ବର: ବାଣ କାରଖାନାରେ ବିସ୍ଫୋରଣ। ବାଣ ବିସ୍ଫୋରଣରେ ଉଡିଯାଇଛି ଛାତ ଓ ଛପର। ଏପରକି ବିସ୍ଫୋରଣରେ ଘରର କାନ୍ଥ ଖଣ୍ଡ ବହୁ ଦୂରକୁ ଛିଟିକି ପଡିଛି। ହୁତୁ ହୁତ ହୋଇ ଜଳୁଛି ବିପୁଳ ବାଣ ପ୍ରସ୍ତୁତି ସାମଗ୍ରୀ। ଇନଫୋସିଟି ପଛ ପଟ ବସ୍ତି ନିକଟରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ନିଆଁ ଲିଭାରେ ୨ ଟି ଦମକଳ ଗାଡି ନିୟୋଜିତ କରାଯାଇଛି । ଦୀର୍ଘ ସମୟ ଉଦ୍ୟମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭାଇବା ପରେ ଅଗ୍ନିଶମ ବାହିନୀ ଅଞ୍ଚଳର ସୁରକ୍ଷା ପାଇଁ ଉକ୍ତ ଘରେ ପଶି ଯାଞ୍ଚ କରିଛନ୍ତି। ଘର ଭିତରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଇନଫୋସିଟି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking