କର୍ଣ୍ଣାଟକ: କର୍ଣ୍ଣାଟକର ଦକ୍ଷିଣ କନ୍ନାଡାର ବେଲଥାନଗଡି ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ନିଆଁ ଲାଗି କାରଖାନାଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଥିବାବେଳେ ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏକାଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବାଣ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି।