28.1 C
Bhubaneswar
Friday, September 20, 2024
Homeଓଡିଶାପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି ଗିରଫ କରାଯାଇଥିଲା, ହେଲେ...

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି ଗିରଫ କରାଯାଇଥିଲା, ହେଲେ ଆଜି ତାଙ୍କର ମୃତ୍ୟୁ

କଟକ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି କଟକରୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ବାଣ ବିସ୍ଫୋରଣ ବେଳେ ସେ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଓ ତାଙ୍କ ଶରୀରର ୮୦% ପୋଡ଼ି ଯାଇଥିଲା। ପଶ୍ଚିମବଙ୍ଗରେ କୌଣସି ଡାକ୍ତରଖାନାରେ ଭର୍ତ୍ତି ହେଲେ ପୁଲିସ ହାତରେ ଧରାପଡ଼ିଯିବା ଭୟରେ ସେ ତାଙ୍କ ପୁଅ ଓ ଅନ୍ୟ ଜଣେ ସଂପର୍କୀୟଙ୍କ ସହିତ କଟକ ପଳାଇ ଆସିଥିଲେ। ଭାନୁ ବାଗ ଓଡ଼ିଶା ପଳାଇ ଆସିଥିବା ନେଇ ପଶ୍ଚିମବଙ୍ଗ ପୁଲିସ ସନ୍ଦେହ କରିଥିଲା ଓ ଏନେଇ କଟକ କମିଶନରେଟ ପୁଲିସକୁ ଜଣାଇଥିଲା।

କଟକ ପୁଲିସ ପକ୍ଷରୁ ଏନେଇ ଖୋଳତାଡ଼ କରାଯାଇଥିଲା। କଟକ ପୁଲିସ ସହାୟତାରେ ପଶ୍ଚିମବଙ୍ଗ ପୁଲିସ ଗତକାଲି ଭାନୁ ବାଗଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲରୁ ଗିରଫ କରିଥିଲା। ତେବେ ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ସାଙ୍ଗରେ ନେଇ ଯାଇପାରି ନଥିଲା। କାରଣ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଆଉ ଆଜି ତାଙ୍କର ମୃତ୍ୟୁ ଘଟିଛି। ଭାନୁ ବାଗଙ୍କ ମୃତ୍ୟୁ ସହିତ ଏହି ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking