28.1 C
Bhubaneswar
Saturday, March 7, 2026
Homeଓଡିଶାନକଲି ଅଳଙ୍କାର ବିକି ବନ୍ଧା ହେଲେ

ନକଲି ଅଳଙ୍କାର ବିକି ବନ୍ଧା ହେଲେ

ରାଉରକେଲା : ନକଲି ଅଳଙ୍କାର ବିକି ବନ୍ଧା ହେଲେ ଯୁବକ ।  ପରି ଏକ ଘଟଣା ଷ୍ଟିଲ୍ ସିଟି ରାଉରକେଲାରେ ଘଟିଛି।
ରାଞ୍ଚିର ସନ୍ତୋଷ କୁମାର ସାହୁ ନାମକ ଯୁବକ କିଛି ନକଲି ସୁନା ଓ ରୁପା ଅଳଙ୍କାର ଧରି ରାଉରକେଲାରେ ପହଞ୍ଚିଥିଲେ। ଅତି ସତର୍କତାର ସହ ତାହାକୁ ବିକିବାକୁ ସେ ଗତକାଲି ବିଭିନ୍ନ ସୁନା ଦୋକାନକୁ ଯାଇଥିଲେ। ଏକ ଜୁଏଲାରୀରେ ସେ ସୁନା ଅଳଙ୍କାର ବିକିବାକୁ କଥା ଫାଇନାଲ୍ ହୋଇଥିଲା। ମାତ୍ର ବ୍ୟବସାୟୀ ହଲମାର୍କ ଯାଞ୍ଚ କରିବାରୁ ତାହା ନକଲି ବୋଲି ଜାଣିବାକୁ ପାଇଥିଲେ।ଏନେଇ ଜୁଏଲାରୀ ମାଲିକ ପ୍ଲାଣ୍ଟ ସାଇଡ୍ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତଙ୍କୁ କାବୁ କରି ତାଙ୍କ ନିକଟରୁ ଅସଲି ସୁନା ମୁଦି, ପ୍ରାୟ ୨୫୦ଗ୍ରାମ ରୁପା ଅଳଙ୍କାର ଓ ୨୫ ଗ୍ରାମର ନକଲି ସୁନା ଅଳଙ୍କାର ମଧ୍ୟ ଜବତ କରିଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ୍ ପଚରାଉଚରା କରୁଥିବା ବେଳେ ରାଞ୍ଚି ପୁଲିସ ସହ ଯୋଗଯୋଗ କରି ତଦନ୍ତ କରୁଛି।ପୁଲିସ୍ ସନ୍ତୋଷଙ୍କ ନିକଟରୁ ଅସଲି ଓ ନକଲି ସୁନା ଓ ରୁପା ଅଳଙ୍କାର ଜବତ କରିଛି। ଏନେଇ ରାଞ୍ଚି ପୁଲିସ୍ ସହ ଯୋଗାଯୋଗ ଚାଲିଛି। ଫଳରେ ତାଙ୍କର ପୁରୁଣା ରେକର୍ଡ ସମ୍ପର୍କରେ ଜଣାପଡ଼ିବ । ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ଅଧିକାରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking