ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌସ୍ଥିତ ଏକ ଅଦାଲତ ମଙ୍ଗଳବାର ଲୋକପ୍ରିୟ ନୃତ୍ୟାଙ୍ଗନା ସ୍ୱପ୍ନା ଚୌଧୁରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି । ୨୦୨୧ରେ ଏହି ଅଦାଲତ ସ୍ୱପ୍ନାଙ୍କ ବିରୋଧରେ ପରୱାନା ଜାରି କରିଥିବାବେଳେ ସ୍ୱପ୍ନା ହାଜର ହେବାସହିତ ଜାମିନ ମଧ୍ୟ ପାଇଥିଲେ । ସୋମବାର ପୁଣି ହାଜର ହେବାରେ ବିଫଳ ହେବାରୁ କୋର୍ଟ ଏଭଳି ପରୱାନା ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦କୁ ଧାର୍ଯ୍ୟ କରାଯାଇଛି । ସୂଚନାଯୋଗ୍ୟ ୨୦୧୮ ଅକ୍ଟୋବରରେ ଲକ୍ଷ୍ନୌର ସ୍ମୃତି ଉପବନ ହଲ୍ରେ ନୃତ୍ୟ ପରିବେଷଣ କରିବେ ବୋଲି ସ୍ୱପ୍ନା ଅଗ୍ରୀମ ଅର୍ଥ ନେଇଥିଲେ । ତେବେ ସେଦିନ ସ୍ୱପ୍ନା ଅନୁପସ୍ଥିତ ରହିବାରୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ସ୍ୱପ୍ନା ଏପର୍ଯ୍ୟନ୍ତ ଅଗ୍ରୀମ ଅର୍ଥ ମଧ୍ୟ ଫେରସ୍ତ କରିନାହାନ୍ତି ।