ବାଲେଶ୍ୱର: ସେନାକର୍ମଚାରୀଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ। ବାଲେଶ୍ୱର ଖଇରା ଥାନା ମଠନୂଆଗାଁ ଗାଁରେ ସେନା କର୍ମଚାରୀ ରାଜେଶ ଚନ୍ଦ୍ର ଶିଅଳଙ୍କ ଘରୁ ଲୁଟ୍ ହୋଇଛି। ସେ ଜାମୁକାଶ୍ମୀରରେ ରହୁଥିବା ବେଳେ ତାଙ୍କ ପରିବାର ଲୋକ ଗାଁରେ ରହୁଛନ୍ତି । ଗତକାଲି ପରିବାର ଲୋକ ଏକ ବିବାହ ଉତ୍ସବରେ ସାମିଲ ହେବା ପାଇଁ ଯାଇଥିବା ବେଳେ ଘର ତାଲା ଭାଙ୍ଗି ପଶିଥିଲେ ଦୁର୍ବୃତ୍ତ । ୧୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ଖଇରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ ପାଇଁ ବ୍ୟବହୃତ ମାରଣାସ୍ତ୍ର ଓ ଲୁହା ଶାବଳ ଛାଡି ପଳାଇ ଯାଇଛନ୍ତି ଦୁର୍ବୃତ୍ତ ।










