18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଚୀନ୍‌କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ : ‘ଆମ ଧୈର୍ଯ୍ୟର ପରୀକ୍ଷା ନେବାଭଳି ଭୁଲ କରନାହିଁ’

ଚୀନ୍‌କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ : ‘ଆମ ଧୈର୍ଯ୍ୟର ପରୀକ୍ଷା ନେବାଭଳି ଭୁଲ କରନାହିଁ’

ନୂଆଦିଲ୍ଲୀ : ଶୁକ୍ରବାର ସେନା ଦିବସ ପାଳନ ଅବସରରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଚୀନକୁ ଦୃଢ ଚେତାବନୀ ଦେଇଛନ୍ତି । ରାଜନୈତିକ ଉଦ୍ୟମ ଓ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଭାରତ ଯେକୌଣସି ସମସ୍ୟାର ସମାଧାନ ପାଇଁ ଆଗ୍ରହୀ ଥିବାବେଳେ ପଡୋଶୀ ଚୀନ୍ ଆମ ଧୈର୍ଯ୍ୟର ପରୀକ୍ଷା ନେବାଭଳି ଭୁଲ ନ କରିବାକୁ ସେ ଚେତାବନୀ ଦେଇଛନ୍ତି । ବିଗତ କିଛି ମାସ ଧରି ଚୀନ୍ ପକ୍ଷରୁ ଲଦାଖସ୍ଥିିତ ଆନ୍ତର୍ଜାତିକ ସୀମାରେ ଚୀନ୍ ବାରମ୍ବାର ଉତ୍ତେଜନା ସୃଷ୍ଟି କରିଆସୁଛି । ଏପରିକି ଗତବର୍ଷ ଜୁନରେ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନ ମଧ୍ୟ ତାହାର ୪୫ ଯବାନଙ୍କୁ ହରାଇଥିଲା ।

ତେବେ ଚୀନ୍ ଏପର୍ଯ୍ୟନ୍ତ ନିଜ ଯବାନଙ୍କ ମୃତ୍ୟୁସଂଖ୍ୟାକୁ ନେଇ କୌଣସି ସଠିକ୍ ତଥ୍ୟ ଉପସ୍ଥାପନ କରୁନାହିଁ । ଏହି ପରିପ୍ରେକ୍ଷୀରେ ଜେନେରାଲ ନରବଣେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଗଲୱାନ ସଂଘର୍ଷରେ  ଭାରତୀୟ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଭାରତ ତାହାର ସୀମାକୁ ସୁରକ୍ଷିତ ରଖିବା ନିମନ୍ତେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗଲୱାନ ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ସହିଦ ହୋଇଥିବା ୧୦୦ ଭାରତୀୟ ଯବାନ ଓ ଅଧିକାରୀଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜାତୀୟ ଯୁଦ୍ଧ ସ୍ମାରକୀରେ  ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏସ ଜେନେରାଲ ବିପିନ ରାୱତ୍‌, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର.କେ.ଏସ.ଭାଦୋରିୟା ଓ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking